Home Breaking News ୨୧ତମ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ: ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କରେ ପ୍ରସ୍ତାବ ଗୃହିତ

୨୧ତମ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ: ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କରେ ପ୍ରସ୍ତାବ ଗୃହିତ

by Times One Odia
Share with
     
 
 
   

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୨୧ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇ ଥିଲା। ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂ।ସଦ ଡ.ଅଚ୍ଯୁତ ସାମନ୍ତ, ଫୁଲ ବାଣୀ ବିଧାୟକ ଅଙ୍ଗ ଦ କହଁର, ଜିଉ ଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଆଙ୍କାକ୍ଷା ପ୍ରଧାନ, ଉପାଧ୍ୟକ୍ଷା ସାରତି ମଲିକ, ଜିଲ୍ଲା ପାଳ ଡାବୁନ୍ଦାଡି,ପିଡ଼ି ଡିଆରଡିଏ ବିଶ୍ଵରଞ୍ଜନ ନା ଏକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକରେ ୨୦୧୯-୨୦ ଓ ୨୦୨୦ – ୨୧ପାଇଁ ଯୋଜନା ମଞ୍ଜୁର ହୋଇଥିଲା। ବିଶେଷକରି ୨୦୨୦-୨୧ପାଇଁ ବିଜୁ କନ୍ଧ ମାଳ ଗଜପତି ଯୋଜନାରେ ଜିଲ୍ଲାରେ୧୬୨ଟି ପ୍ରକଳ୍ପ ପାଇଁ ସଡକ,ପାନୀୟ ଜଳ, ବିଦ୍ୟୁତକରଣ ପାଇଁ ୬ କୋଟି ଟଙ୍କାର ଯୋଜନା ଅନୁମୋଦନ ହୋଇଥିଲା। ଜିଲ୍ଲାରେ କରେ । ନା ସଂକ୍ରମଣ ପାଇଁ ଜିଲ୍ଲାରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବର୍ତମାନ କରେ । ନା ସଂକ୍ରମଣ ଜିଲ୍ଲାରେ କମିଛି ଏଣୁ ଉନ୍ନୟନ୍ନ ମୁଳକ କାର୍ଯ୍ୟ ଯେପରିବର୍ତ୍ତମାନ ଠାରୁ ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଲ। ଗି ସମସ୍ତ ଲୋକପ୍ରତିନିଧି ମତବ୍ୟକ୍ତ କରିଥିଲେ ।

ଜିଲ୍ଲାରେ ଗମନାଗମନ, ଶିକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟ , ବିଦ୍ୟୁତକରଣ କାର୍ଯ୍ୟ ସବୁ ଯେପରି ଯୋରସୋରରେ ଆରମ୍ଭ ହୋଇ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ସରିବ ସେଥିପ୍ରତି ସମସ୍ତେ ନିଷ୍ଠା ଓ ଆନ୍ତରୀକତା ର ସହ କାର୍ଯ୍ୟ କରିବାଲାଗି ମନ୍ତ୍ରୀ ଶ୍ରୀ ଆରୁଖ ଓ ସାଂସଦ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଜିଲା ର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟାଙ୍କ ସମେତ ବ୍ଲକ ଅଧକ୍ଷମାନେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

related posts

Leave a Comment