Home Breaking News ଦିଦିଙ୍କୁ ଅପହରଣ ଉଦ୍ୟମ: ୬ ଗିରଫ

ଦିଦିଙ୍କୁ ଅପହରଣ ଉଦ୍ୟମ: ୬ ଗିରଫ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଜି ଉଦୟଗିରୀ ଥାନା ଅନ୍ତର୍ଗତ ପଦା ସାହି ସ୍କୁଲ ର ଜଣେ ଶିକ୍ଷୟତ୍ରୀ ଙ୍କୁ ଅପହରଣ କରିବାକୁ ଅ।ସିଥିବା ୭ ଜଣ ଯୁବକ ଙ୍କ ମଧ୍ୟରୁ ୬ ଜଣଙ୍କୁ ଜି.ଉଦୟଗିରୀପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଜି.ଉଦୟଗିରି ପୋଲିସ କେସନଂ୧୦/ ୨୧ ଧାରା ୧୪୩/୧୪୭/୧୪୮/୨୯୪ /୩୫୩/୫୦୬/୪୨୭/ଓ ୨୫ / ୨୭ଆର୍ମସ ଏକ୍ଟ ରୁଜୁ କରି ଘଟଣାର ଛାନଭିନ୍ କରୁଛି ।
ଗିରଫ ସମସ୍ତ ଛଅଜଣ ଅଭିଯୁକ୍ତ ଫୁଲ ବାଣୀ ସହରର ବୋଲି ପୋଲିସ କହିଛି। ସେମାନେ ହେଲେ ଫୁଲ ବାଣୀ ସାହିର ସୁଧାନଶୁ ବେହେରା , ସୁବ୍ରତ କୁମାର ବେହେରା , ଜିରିଙ୍ଗ ପଡ଼ାର କାଳିଚରଣ ପଣ୍ଡା, ଫୁଲବାଣୀ ସାହୀ ର ଶିବାଶିଷ ବେହେରା ,ବୌଦ୍ଧ ଜିଲ୍ଲା ଚାରିଛକଥା ନା ଅନ୍ତର୍ଗତ ଆଡ଼େ ନିଗଡର ମାଧବ ବେହେରା ବର୍ତ୍ତମାନ ଶିରି ପୁରୁ ଛକ, ଭୁବନେଶ୍ଵର ପୋଲିସ ଗିରଫ କରିଥିବା କଥା ଥାନ। ଅଧିକାରୀ ନରେଶ ସାହୁ କହିଛନ୍ତି ।

ସୁଚନାଯୋଗ୍ୟଯେ ,ସାତ ଜଣ ଯୁବକ ମାରଣାସ୍ତ୍ର ଧରି ପଦା ସାହି ସ୍କୁଲରେ ପହଞ୍ଚି ଜଣେ ଶିକ୍ଷୟତ୍ରୀଙ୍କୁ ଖୋଜିଥିଲେ। ହେଲେ ସେ କାଲି ସ୍କୁଲ ଆସିନଥିଲେ। ଫଳରେ ଯୁବକମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗାଳି ଗୁଳ ଜ କରିବା ସହ ଅସଦାଚରଣ କରିବା ସହ ଆତଙ୍କରାଜ ସୃଷ୍ଟି କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଥିଲା। ହେଲେ ପୋଲିସକୁ ଦେଖି ୪ଜଣ ଚମ୍ପଟ ମାରି ଏକ କାରରେ ପଳାଉଥିବାବେଳେ ପୋଲିସ ଗୋଡାଇ ସେମାନଙ୍କୁ କାବୁ କରିଥିଲା।.

ଜିଉଦୟଗିରି ପୋଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ୬ଜଣଦୁର୍ବୁତ୍ତ ଙ୍କୁ ଧରିବାରେ ସକ୍ଷମ ହୋଇପାରିଛି । ଗିରଫ୬ଜଣଙ୍କ ମଧ୍ୟରେ ମାଧବ ବେହେରା ନାମକ ଜଣେ ସରକାରୀ କର୍ମଚାରୀ ଅଛନ୍ତି ପୂର୍ବରୁ ଶିକ୍ଷକ ଥିଲେ ଓଏବେ କୁ ଆଡେ ଓ ଆର ଏସ ପାଇ ଟ୍ରେନିଂ ନେଉଥିବା କୁହାଯାଉଛି। ପୋଲିସ ସେମାନଙ୍କଠାରୁ ୨ଟି ଦାମୀ କାର, ୬ଟି ମୋବାଇଲ, ଓ ଗୋଟିଏ ରିଭଲଭର ଜବତ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ତେବେ ପ୍ରେମ ବ୍ୟାପାରକୁ ନେଇ ଅଗହରଣ ଉଦ୍ୟମ କରାଯାଉଥିଲା ବୋଲି କୁହାଯାଉଛି। ହେଲେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହୁଛି।’
.. ଶିକ୍ଷୟିତ୍ରୀ ଜଣଙ୍କୁ ଅପହରଣ କରି ହତ୍ୟା କରାଯାଇ ଫୋପାଡି ଦେବାର ପ୍ଳାନ ଯେ ସେମାନଙ୍କର ନଥିଲା ଏ କଥା କିଏ କହିବ?

related posts

Leave a Comment