Share with
ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ ଦେଖାଇଲେ ଉଗ୍ରରୂପ । ଦିଲ୍ଲୀରେ ଟ୍ରାକ୍ଟର ରାଲି କରୁଥିବା ଚାଷୀ ଦିଲ୍ଲୀର ଆଇନ ଭାଙ୍ଗିଛନ୍ତି । ବ୍ୟାରିକେଡ ଭାଙ୍ଗି ଲାଲକିଲ୍ଲାରେ ଚଢିଲେ , ଦିଲ୍ଲୀ ପୋଲିସକୁ ଆକ୍ରମଣ କରାଯାଇଛି । ଚାଷୀମାନେ ଲାଲକିଲ୍ଲାରେ ପଶି କେତେକ ସ୍ଥାନରେ ପୁଲିସ ବ୍ୟାରିକେଡ଼ ଭାଙ୍ଗି ଉଗ୍ର ରୂପ ଧାରଣ କରିଛନ୍ତି । ସେମାନେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ସୀମାରେ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି ।
ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ଖଲିସ୍ତାନୀ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।