Share with
କେନ୍ଦ୍ରାପଡ଼ା(ସୁନୀଲ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ର ଚାନ୍ଦୋଳ ପଂଚାୟତ ଅନ୍ତର୍ଗତ କାକତିଆ ରେ କ୍ଷୀରେଶ୍ୱର ୟୁଥ କ୍ଲବ ଆନୁକୂଲ୍ୟରେ ନେତାଜୀ ଚ୍ୟାଲେଞ୍ଜ କପ ଅନୁଷ୍ଠିତ ହୋଇଯାଇଛି l 4 ଟି ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏହି 4 ଟି ଟିମ ମଧ୍ୟରୁ ଆଜି 5 ଷ୍ଟାର କ୍ରିକେଟ ଟିମ ଏବଂ ଜୈ ଚଣ୍ଡୀ କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏହି ଫାଇନାଲ ମ୍ୟାଚ ରେ 5 ଷ୍ଟାର କ୍ରିକେଟ ଟିମ କୁ ହରାଇ ଜୈ ଚଣ୍ଡୀ କ୍ରିକେଟ ଟିମ ବିଜୟୀ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ତୁଳସୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଏବଂ ସମାଜସେବୀ ଶ୍ରୀଯୁକ୍ତ ଅଜୟ ରାଉତ ଚାନ୍ଦୋଳ ପଂଚାୟତ ର ବିଜେଡି ସଭାପତି ଦେବରାଜ ମହାପାତ୍ର ଏବଂ ଟୁର୍ନାମେଣ୍ଟ ର ପରିଚାଳକ ଲଷ୍ମୀକାନ୍ତ ମିଶ୍ର, ଜୟନ୍ତ ଶତପଥୀ, ମଳୟ ମିଶ୍ର ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କ ଉଜ୍ବଳ ଭାବିଷ୍ୟ କାମନା ଏବଂ ଉତ୍ସାହିତ କରି ସର୍ବଶେଷରେ ଟ୍ରଫି ପ୍ରଦାନ କରିଥିଲେ