Home Breaking News କୋରୋନା କଟକଣା ମଧ୍ୟରେ କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

କୋରୋନା କଟକଣା ମଧ୍ୟରେ କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

by Times One Odia
Share with
     
 
 
   

କଳାହାଣ୍ଡି(ତୁଳମଣି ନାଗ): ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କୋବିଡ -୧୯ ମାର୍ଗଦର୍ଶିକା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିରାଡ଼ମ୍ବର ଭାବେ ପାଳିତ ଏହି ଜାତୀୟ ପର୍ବରେ ପୂର୍ବ ବର୍ଷମାନଙ୍କ ଭଳି ସେତେଟା ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଜନସାଧାରଣ ଓ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ବିନା ଷ୍ଟାଡିୟମ ଖାଁ ଖାଁ ଲାଗୁଥିଲା। କୌଣସି ପ୍ରକାର କଳା କୌଶଳର ପ୍ରଦର୍ଶନ କରାଯାଇ ନ ଥିଲା। ଫଳରେ ଜନସାଧାରଣଙ୍କ ମନରେ ଏକପ୍ରକାର ନୈରାଶ୍ୟ ଜନକ ମନୋଭାବ ବେଶ ପରିଲକ୍ଷିତ ହୋଇଥିଲା। ତେବେ ସ୍ଥାନୀୟ ଜନସାଧାରଣ ରାଜ୍ୟ ସରକାରଙ୍କୁ ନିଜର ଦଳୀୟ କାର୍ଯ୍ୟକ୍ରମ ବେଳେ କୌଣସି କଟକଣାକୁ ଭୃକ୍ଷେପ ନକରି ଆୟୋଜନ କରୁଥିବା ବେଳେ ଜନସାଧାରଣ ପାଇଁ ସମସ୍ତ ପ୍ରକାର କଟକଣା ଲାଗୁ କରିବା ଅଗଣତାନ୍ତ୍ରିକ ଓ ଏକଛତ୍ରବାଦ ର ନମୂନା ବୋଲି ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ଦେଖାଯାଇଛି। ସେହିପରି ପତାକା ଉତ୍ତୋଳନ ପରେ ମନ୍ତ୍ରୀ ସ୍ୱାମୀ ପ୍ୟାରେଡ ରେ ଅଭିବାଦନ ଗ୍ରହଣ ନ କରି ଚାଲିଯାଇଥିବା ଯୋଗୁଁ ଲୋକେ ସମାଲୋଚନା କରିଥିଲେ।

related posts

Leave a Comment