Home Breaking News କ୍ରାଇମବ୍ରାଞ୍ଚ ଏସଟିଏଫ ହାଥରେ ଲାଗିଛି ଚୋରା କୋଇଲା ଗୋଦାମର ଗୁମର

କ୍ରାଇମବ୍ରାଞ୍ଚ ଏସଟିଏଫ ହାଥରେ ଲାଗିଛି ଚୋରା କୋଇଲା ଗୋଦାମର ଗୁମର

by Times One Odia
Share with
     
 
 
   

ଭୁବନେଶ୍ୱର: ଧରପଡ଼ିଲା ବେଆଇନ କୋଇଲା ରାକେଟ ଡିପୋ । କ୍ରାଇମବ୍ରାଞ୍ଚ ଏସଟିଏଫ ହାଥରେ ଲାଗିଛି ଚୋରା କୋଇଲା ଗୋଦାମର ଗୁମର । କଟକ ଚୌଦ୍ୱାରରେ ଚାଲିଥିବା ବାବା ଧବଳେଶ୍ବର କୋଇଲା ଡିପୋରେ ଚାଲିଥିଲା ବେଆଇନ କୋଇଲା ଅନଲୋଡିଙ୍ଗ । ଏସଟିଏଫ ଟିମ ଚଢ଼ାଉ କରି 54 ମେଟ୍ରିକ ଟନ କୋଇଲା ବୋଝେଇ ନଅଟି ଟ୍ରକ ସହ ଗୋଟିଏ ଯେସିବି ଜବତ ହୋଇଛି । ଏହି ବେଆଇନ ଚୋରା ଚାଲାଣରେ 10 ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ । ଏହି ମେଟ୍ରିକ ମେଟ୍ରିକ ଟନକୁ 13 ଲକ୍ଷ 50 ହଜାର ଟଙ୍କାରେ ବିକ୍ରି କରିଥାନ୍ତେ । ହେଲେ ଏସ ଟି ଏଫ ହାଥରେ ଧରାପଡିଛି ଅସଲ ଗୁମର । କୋଇଲା ଖଣିରୁ ବେଆଇନ ଭାବେ ଏହି ଡିପୋ କୁ ଆଣି ଅନଲୋଡିଂ କରି ବିକ୍ରି ହେଉଛି । କୋଇଲା ଚୋରା ଚାଲାଣ କରି ମାଲା ମାଲା ହେଉଛନ୍ତି ଦଲାଲ । ବହୁ ଦିନ ପୂର୍ବରୁ ଏହି ଡିପୋରେ ରାଜ୍ୟରୁ କୋଇଲା ଚୋରା ଚାଲାଣ ଆଣି ଟ୍ରେଡ଼ ଲଗାଇ ଅନ୍ୟତ୍ର ସ୍ଥାନକୁ ବିକ୍ରି କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଚୋରା ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ । ଏମାନଂକୁ ଗିରଫ କରି 379/411/ 120 Bରେ ଦଫା ଲଗାଇ କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ ।

related posts

Leave a Comment