Share with
ବ୍ରହ୍ମଗିରୀ(ଚିତ୍ତରଞ୍ଜନ ମହାନ୍ତି): ଚିଲିକାରେ ଆରମ୍ଭ ହେଲା ଡଲଫିନ୍ ଗଣନା।ଚିଲିକା ଉନ୍ନୟନ କତୃପକ୍ଷ ଓ ବନବିଭାଗ ପକ୍ଷରୁ ମିଳତ ଭାବରେ ଗଣନା କାର୍ଯ୍ୟ କରାଯାଉଛି। ଚିଲିକାରେ କେତେ ସଂଖ୍ୟାରେ ଡଲଫିନ୍ ଅଛନ୍ତି ତାହାକୁ ଗଣନା କରିବା ପାଇଁ ଚଳିତ ବର୍ଷ ଚିଲିକାରେ ମୋଟ ୧୮ଟି ଟିମ୍ ନିୟୋଜିତ୍ ହୋଇଛନ୍ତି। ସାତପଡା ରେଞ୍ଜ ପକ୍ଷରୁ ୮ଟିମ୍ ଓ ବାଲୁଙ୍ଗା ରେଞ୍ଚ ପକ୍ଷରୁ ୧୦ ଟିମ୍ ଗଣନା ପକ୍ରୀଆ କର୍ଯ୍ୟରେ ଯୋଗଦେଇଛନ୍ତି। ସକାଳ ୬ଟାରୁ ଗଣନା କାର୍ଯ୍ୟା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟାରେ ଗଣନା କାର୍ଯ୍ୟ ସରିବ ବୋଲି ଲକ୍ଷରଖା ଯାଇଛି। ଗୋଟିଏ ଟିମ୍ ରେ ୫ଜଣ କର୍ମଚାରୀ ରହିଥିବା ବେଳେ ଗଣନା କାର୍ଯ୍ୟରେ ଓୟୁଟି ଛାତ୍ରଛାତ୍ରୀ,ବନବିଭାଗ କର୍ମଚାରୀ,ସିଡିଏ କର୍ମଚାରୀ ଓ ସ୍ବଛାସେବୀ ସଂଗଠନ ଯୋଗଦେଇଛନ୍ତି। ଜିପିଏସ୍,ଲାଇନ୍ ଟ୍ରାକ୍ ସର୍ଭେ ଜରିଆରେ ଡଲଫିନ୍ ଗଣନା କରାଯାଉଛି।