Share with
ରାଇକିଆ (ରଜତ କୁମାର ନାୟକ):ଆଜି ରବାବାର ସକାଳ ୧୧ ଘଣ୍ଟିକାରେ ରାଇକିଆ ନିକଟସ୍ଥ ଲେଙ୍ଗୁମାହା ଛକରେ ଏକ ବାଇକ୍ ଭାରସାମ୍ୟ ହରାଇ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗୁଡାକିଆ ରୁ ନିଜ ଗ୍ରାମ ଲତେଡିକୁ ଯିବା ବାଟରେ ଲେଙ୍ଗୁମାହା ଛକ ନିକଟରେ ଏକ ବୁଲିଣିରେ ଭାରସାମ୍ୟ ହରାଇ ବାଇକ୍ ଟି ଓଲଟି ପଡିଥିଲା। ମୃତ ମହିଳା ଜଣଙ୍କ ହେଲେ ସ୍ବାମୀ ବିପ୍ର ପ୍ରଧାନଙ୍କ ସ୍ତ୍ରୀ ଜଶ୍ମିନି ପ୍ରଧାନ (୨୫) ବର୍ଷ ବୋଲି ଜଣାପଡିଥିଲା ବେଳେ ତାଙ୍କ ର ଏକ ସାତ ବର୍ଷର ଶିଶୁ ଅଛି। ଏବଂ ବାଇକ୍ ଚାଳକ ଙ୍କୁ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି।