Home Breaking News ସରକାରୀ ସ୍କୁଲରେ ୫ଟି ସଚିବ

ସରକାରୀ ସ୍କୁଲରେ ୫ଟି ସଚିବ

by Times One Odia
Share with
     
 
 
   

ଭୁବନେଶ୍ୱର: ସରକାରୀ ସ୍କୁଲରେ 5 ଟି ସଚିବ । ସ୍କୁଲର ଭିତ୍ତିଭୂମି ପରଖିଛନ୍ତି ସଚିବ ଭି. କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ଙ୍କ (5 ଟି)ସଚିବ ଙ୍କ ର କ୍ୟାପିଟାଲରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଗ୍ରସ୍ତ କରିଛନ୍ତି । ଛାତ୍ର ଛାତ୍ରୀଙ୍କ ପାଈଁ ସରକାରଙ୍କ ‘ମୋ ସ୍କୁଲ ‘ଯୋଜନାରେ ଅଧିକ ଫଲପ୍ରଦକ ହେବ ଏହାକୁ ନେଇ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ୫ଟି ସଚିବ । ସକାଳୁ ୟୁନିଟ୍ ୧ , ୟୁନିଟ୍ ୬ କ୍ୟାପିଟାଲ୍ ହାଇସ୍କୁଲ୍, ୟୁନିଟ୍ ୯ ବାଳିକା ଏବଂ ବିଏମସି ଅଞ୍ଚଳରେ ଥିବା ଆଇଆରସି ଗ୍ରାମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ସେ । ଶିକ୍ଷକ , ଶିକ୍ଷୟତ୍ରୀ ,ସ୍କୁଲ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟକରେ ପାଠପଢିବେ। ଉନ୍ନତମାନ , ଗୁଣାତ୍ମକ ଜ୍ଞାନ ପାଇବେ ତାହା ଉପରେ ଗୁରୁତ୍ୱରୋପ କରିଛନ୍ତି । କ୍ୟାପିଟାଲ ହାଇସ୍କୁଲର ଶ୍ରେଣୀ ଗୃହ , ଲାଇବ୍ରେରୀ , ଖେଳ ପଡିଆ , କମ୍ପ୍ୟୁଟର କକ୍ଷକୁ ବୁଲି ବୁଲି ଦେଖିଛନ୍ତି । ସରକାରୀ ବିଦ୍ୟାଳୟ ଗୁଡିକୁ ଆହୁରି ଅଧିକ ସଂଖ୍ୟକରେ ଭିତ୍ତିଭୂମି ବଢାଇବାକୁ ସେ କହିଛନ୍ତି । ଦିନକୁ ଦିନ ସମସ୍ତେ ବେସରକାରୀ ସ୍କୁଲ ମୁହାଁ ହେବାରୁ ଅନେକ ସରକାରୀ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାକୁ ପଡିଛି । କେଉଁଠି ପିଲା ସଂଖ୍ୟା କମ କୁ ଶିକ୍ଷକ , ଶିକ୍ଷୟତ୍ରୀ ସଂଖ୍ୟା ବି କମ ରହିଛି । କିଭଳି ଏହି ବିଦ୍ୟାଳୟ ଗୁଡିକ ପ୍ରତି ଆକୃଷ୍ଟ ହେବେ ଅଭିବାଭକ ସେଥିପାଇଁ ଉଚ୍ଚସ୍ତରୀୟ ବୈଠକରେ ଆଲୋକପାତ କରାଯାଉଛି । ଦଶମ ଶ୍ରେଣୀର ଫଳାଫଳ , ଛାତ୍ରଛାତ୍ରୀଙ୍କ ଫଳାଫଳରେ ଉନ୍ନତି କେମିତି ହେବ ସେଥିପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦାଇତ୍ଵ ରହିବ । ଯେଉଁ ଛାତ୍ରଛାତ୍ରୀ ମାନେ ଭଲ ଫଳାଫଳ ରଖୁନାହାଁନ୍ତି ସେମାନଙ୍କୁ ଅଧିକ ପାଠପଢ଼ା ସହ ଅଧିକ ଗୁରୁତ୍ୱ ଦେଇ ଭବିଷ୍ୟତ ଗଢିବା ନେଇ ମଧ୍ୟ ସେ ଆଲୋଚନା କରିଛନ୍ତି । ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଓ ବାତାବରଣକୁ କଣ କଲେ ଛାତ୍ର ଛାତ୍ରୀ ଅନୁକୂଳ ପରିବେଶ ପାଇପରିବେ ଏବଂ ଛାତ୍ରମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ , ପ୍ରେରଣାଦାୟକ ଏବଂ ବୈଜ୍ଞାନିକ ସମ୍ମତ ହୋଇ ପାରିବ ଏହାକୁ ନେଇ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ ସଚିବ ।

related posts

Leave a Comment