Share with
କାମାକ୍ଷାନଗର(ନବ କିଶୋର ସାହୁ): ସମଗ୍ର ଦେଶରେ ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଆଜି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ସ୍ଥଳସେନା ଦିବସ ପାଳିତ ହୋଇଯାଇଛି।ସଂଘ ତରଫରୁ ସମସ୍ତ ସଭ୍ୟ ମାନଙ୍କୁ ନେଇ ଏକ ରାଲି ସମଗ୍ର ସହର ପରିକ୍ରମା କରିବା ପରେ ଜିରିଡାମାଳି ସ୍ଥିତ ସେନା କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଏକ ସଭାରେ ଅନୁଷ୍ଠିତ ବୈଠକରେ ସହିଦ ହୋଇଥିବା ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରତିଟି ସେନାର ବିରତ୍ବ ପାଇିଁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଥିଲେ।ଦେଶର ପ୍ରତେକ ସେନା ଶଶକ୍ତ,ସାହାସି, ଏବଂ ସଙ୍କଳ୍ପବଦ୍ଧ ,।ଯାହା ଫଳରେ ଦେଶବାସି ସୁରକ୍ଷିତ ଭାବେ ରହିଥିବା ବକ୍ତବ୍ୟରେ କହିଥିଲେ ।