Home Breaking News ଓଡିଶା ମୋ ପରିବାର ଓ ବିଧାୟକଙ୍କ ସହଯୋଗରେ ପହଞ୍ଚିଲା ଶବ

ଓଡିଶା ମୋ ପରିବାର ଓ ବିଧାୟକଙ୍କ ସହଯୋଗରେ ପହଞ୍ଚିଲା ଶବ

by Times One Odia
Share with
     
 
 
   

ନବରଙ୍ଗପୁର(ଜ୍ୟୋତିରଞ୍ଜନ କାନୁନଗୋ): ଓଡିଶା ମୋ ପରିବାର ଦେଖାଇଲା ମାନବିକତା, ବିଧାୟକ ଙ୍କ ପ୍ରଚେଷ୍ଟା ରେ ଗାଁ କୁ ଫେରିଲା ଶବ , ଏଇ ମହତ କାର୍ଯ୍ୟ ପରେ ନବରଙ୍ଗପୁର ବିଧାୟକ ସଦାଶିଵ ପ୍ରଧାନୀ ଙ୍କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଉଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ହୀର୍ଲାଗୁଡା ଗାଁର କେତନ ହରିଜନ ଗାଁରେ କାମ ଧନ୍ଦା ନପାଇ ସୁଦୂର ଚେନ୍ନାଇ କୁ କାମ କରିବାକୁ ସାଙ୍ଗ ମାନଙ୍କ ସହ ଯାଇ ଥିଲା। ହେଲେ କୌଣସି କାରଣ ବଶତଃ ସାଙ୍ଗ ସାଙ୍ଗ ଭିତରେ ଝଗଡା ହୋଇ ଥିଲା । ବନମାଲି ହରିଜନ ନାମକ ସାଙ୍ଗ କେତନ କୁ ଗଳାକାଟି ହତ୍ୟା କରିଥିବା ଖବର ପାଇଥିଲେ ପରିବାର ଲୋକେ। ହେଲେ ମୃତ ଦେହ ନିଜ ଗାଁକୁ ଆଣିବାରେ ଅସମର୍ଥ ଥିଲେ କେତନ ଙ୍କ ପରିବାର ଲୋକେ। ଏହାପରେ ସହଯୋଗ ର ହାତ ବଢାଇଲା ଓଡ଼ିଶା ମୋ ପରିବାର ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ।ବିଧାୟକ ଙ୍କ ପ୍ରୟାସ ରେ କେତନ ର ଶବକୁ ନିଜ ଗାଁ କୁ ଆଣିବା ରେ ସକ୍ଷମ ହେଲେ।ଏହାକୁ ନେଇ ପରିବାର ଲୋକ ଏବଂ ଗ୍ରାମବସୀ ଓଡ଼ିଶା ମୋ ପରିବାର ଏବଂ ବିଧାୟକ ଙ୍କ ପ୍ରଶଂସା କରିଛନ୍ତି। ସୁଦୂର ଚେନ୍ନାଇ କୁ କାମ କରିଯାଇଥିବା କେତନ ର ପରିବାର ଆର୍ଥିକ ସ୍ଵଛଳ ନଥିବା କାରଣରୁ ନିଜ ଘରକୁ ମୃତକ ର ଶବ ଆଣିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା । ଏହା ପରେ ଗ୍ରାମର ଯୁବକ ମାନେ କେମିତି ଶବ ଆସିବ ଏହା ଚିନ୍ତା କରି ନବରଙ୍ଗପୁର ବିଧାୟକ ଙ୍କୁ ଭେଟିଥିଲେ ବିଧାୟକ ଜ଼ୀଲ୍ଲାପାଳ ଏବଂ ଆରକ୍ଷ ଅଧିକାରୀ ଙ୍କ ସହିତ କଥାହେଇ ଶବ କେମିତି ଆସିବ ଏହା ଉପରେ ଗୁରୁତ୍ୱ ଦେଇ ଓଡିଶା ମୋପାରିବାର ଅଦକ୍ଷ୍ୟ ଅରୁବ ପଟ୍ଟନାୟକ ଙ୍କ ସହିତ ଯୋଗା ଯୋଗ କରିଥିଲେ । ଏହାପରେ କେତନ ର ଶବ କୁ ଚେନ୍ନାଇ ରୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଏବଂ ଆଜି କେତନ ର ଶବ ନିଜ ଗାଁ ହିରଲାଗୁଡା କୁ ପହଂଛିଚି, ପହଂଚିବା ପରେ ଗ୍ରାମ ବାସୀ ଏବଂ ପରିବାର ସଦସ୍ୟ ଓଡିଶା ମୋ ପରିବାର ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଙ୍କୁ ଧନ୍ୟବାଦ ଦେଇଛନ୍ତି

related posts

Leave a Comment