ବଡମ୍ବା(ଦିଲ୍ଲୀପ କୁମାର ଗଜେନ୍ଦ୍ର ସିଂହ): ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି।ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନା ର ପଥମ ପର୍ଯ୍ୟାୟ ଟୀକା କରଣ କରାଯାଉଛି।ଆମ ରାଜ୍ୟ ଓଡ଼ିଶାରେ 162 ଟି କେନ୍ଦ୍ରରେ ଟିକାଳରଣ ହେଉଥିବା ବେଳେ କଟକ ଜିଲା ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏହି କରୋନା ଟୀକା ଦିଆହେଉଛି।ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ100 ଜଣଙ୍କୁ ଟୀକା ଦେବାର ବ୍ୟବସ୍ଥା କରାଯାଇଛି।ପ୍ରଥମ ଦଫାରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ,ଡାକ୍ତର,ଆଶା ମାନଙ୍କୁ ଏହି ଟୀକାକରଣ ରେ ସାମିଲ କରାଯାଇଛି।ପଥମେ ସମସ୍ତଙ୍କ ନାମ କୁ ପଞ୍ଜିକରଣ କରାଯାଇ ସମସ୍ତଙ୍କୁ ପ୍ରତୀକ୍ଷା କକ୍ଷରେ ବସାଯାଇଥିବା ବେଳେ ଜଣଙ୍କ ପରେ ଜଣଙ୍କୁ ଟୀକା ଦିଆଯାଇ 30 ମିନିଟ ପର୍ଯ୍ୟନ୍ତ ଅବଜାରଭେସନ କକ୍ଷରେ ରଖାଯାଇଥିଲା।ଯଦି କିଛି ଅସୁବିଧା ହୁଏ ସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ପରାମର୍ଶ କରିବା ପାଇଁ କୁହାଯାଇଥିଲା।ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଅନୁପସ୍ଥିତ ଥିବାରୁ ବଡମ୍ବା ବ୍ଲକ ଅଧକ୍ଷ୍ୟା ଅନୁସୂୟା ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ ଓ ବଡମ୍ବା ନିଜିଗଡ଼ ସରପଞ୍ଚ ସୁଧାଂଶୁ କିଶୋର ମହାନ୍ତି ଯୋଗ ଦେଇଥିଲେ।
କରୋନା ଟୀକାକରଣ
Share with
previous post