Share with
କୋମନା(ମିଥୁନ ସାଗର ଦୁରିଆ): ନୂଆପଡା ଜିଲ୍ଲା କୋମନା ଗ୍ରାମ ନିକଟ ଜଙ୍ଗଲୀ ଇଲାକା ବିରସିଂ ପଡା ଜନଗହଳି ନିକଟକୁ ଏକ କରଲାପତରିଆ ବାଘ ଆସି ଝାମ୍ପି ନେଇଛି ନବୀନ ମାଝୀ ଙ୍କର ଛେଳି କୁ, ଏହି ଘଟଣା ପରେ ଗାଁ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି ଲୋକେ ସନ୍ଧ୍ୟା ସମୟରେ ଘରୁ ବାହାରିବା ପାଇଁ ମଧ୍ୟ ଡରୁଛନ୍ତି,ବାଘ ଥିବା ଖବର ଗ୍ରାମବାସୀଙ୍କ ତରଫ ରୁ କୋମନା ବନ ବିଭାଗ କୁ ଦିଆଯାଇଥିଲା ଗ୍ରାମବସି ଙ୍କ କହିବ ଅନୁସାରେ ଆଗରୁ ମଧ୍ୟ ଅନେକ ଥର ବାଘ ଆସି ଗାଁ ର ଅନେକ ଗାଈ ବଳଦ କୁ ଆକ୍ରମଣ କରିଥାଏ,କୋମନା ବନାଞ୍ଚଳ ଅଧିକାରୀ ଶ୍ରୀ ଜଗଦୀଶ ଚନ୍ଦ୍ର ଦୁରିଆ ତାଙ୍କ ଏକ ଛୋଟିଆ ଦଳ ସହ ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ, ଗ୍ରାମବାସୀଙ୍କୁ ସାବଧାନ ରହିବାକୁ ସେ ପରାମର୍ଶ ଦେଇଥିଲେ ଏବଂ ପୁଣି ଥରେ ବାଘ ଦେଖାଦେଲେ ତୁରନ୍ତ ବନ ବିଭାଗ କୁ ଖବର ଦେବା ପାଇଁ କହିଥିଲେ