ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାରେ ଡ଼ମଣା ସାପ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ । ସାପ ପୁଣି ରକ୍ତ ଭଣ୍ଡାରରେ । ହେଲେ ଏଭଳି କଥା ସତ । 5 ଫୁଟ ର୍ ଢ଼ମଣା ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ । ସକାଳୁ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ଇ-ବ୍ଲଡ଼ବ୍ୟାଙ୍କ ରୁମ କୁ ଯିବା ବେଳେ ଏକ ସାପ କୁ ରୁମ ରେ ଦେଖି ଭୟଭୀତ ହୋଇ ବାହାରି ପଳେଇ ଆସିଥିଲେ । ସେହୁ ରୁମ କୁ ବନ୍ଦ କରି ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆ ଗଲା । ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଉଦ୍ଧାର କରିଥିଲେ । ପ୍ରାୟ 5 ଫୁଟ ଲମ୍ବର ଢ଼ମଣା ସାପ ଟି ଇ-ବ୍ଲଡ଼ବ୍ୟାଙ୍କ ରୁମ ର କାଗଜପତ୍ର ଭିତରେ ଲୁଚି ରହିଥିଲା । ସାପ ଟି ଉଦ୍ଧାର ହେବା ପରେ ବ୍ଲଡ଼ବ୍ୟାଙ୍କ କର୍ମଚାରୀ ମାନେ ସ୍ୱାଭାବିକ କାର୍ଯ୍ୟ ଆରମ୍ଭ କରିଥିଲେ । ସାପ ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ତେବେ ବନ୍ୟଜନ୍ତୁ କିମ୍ବା ସାରୀସୃପଙ୍କ ବାସସ୍ଥଳୀ ଦିନକୁ ଦିନ ନଷ୍ଟ ହେବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏମାନେ ଏବେ ଅସହାୟ । ଜନ ଜୀବନ ମୁହଁରେ ଏହି ସରୀସୃପ ଏବେ ଯିବେ କୁଆଡେ । ଏମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ହେଉ ବୋଲି ପରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ସାପ
Share with
previous post