Share with
ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ-ଚାନ୍ଦବାଲି ରାସ୍ତା ର ବାହାବଳପୁର ଛକ ନିକଟରେ ସଡ଼କ ଦୁର୍ଘଟଣା। ଛିଡ଼ା ହୋଇଥିବା ଟ୍ରକ୍ ପଛପଟୁ ପିଟିଲା ଟାଟା ମେଜିକ୍ ଗାଡ଼ି।ଟାଟା ମେଜିକ୍ ଗାଡ଼ିରେ ବସିଥିବା ଅଭୟ ସାହୁ ଗୁରୁତର। ଅଭୟଙ୍କ ଘର ରାଜକନିକା ଅଂଚଳର ବୋଲି ଜଣା ପଡିଛି। ଗୁରୁତର ଙ୍କୁ ଗାଡ଼ିର କାଚ ଭାଙ୍ଗି ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଞ୍ଚ ଓ ନିଶ୍ଚିନ୍ତକୋଇଲି ପୋଲିସ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରା ଯାଇଛି। ଅତ୍ୟଧିକ କୁହୁଡି ହେତୁ ଦୁର୍ଘଟଣା ହୋଇଥିବା ସୂଚନା। ନିଶ୍ଚିନ୍ତକୋଇଲି ପୋଲିସ ର ତଦନ୍ତ ଜାରି।