Home Breaking News ମିସ୍ ଏଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ୍ ରେ ସ୍ମୃତି

ମିସ୍ ଏଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ୍ ରେ ସ୍ମୃତି

by Times One Odia
Share with
     
 
 
   

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ):ଜାତୀୟ ସ୍ତରରେ ବ୍ରହ୍ମପୁରର ମହିଳା ସ୍ମୃତି ପଣ୍ଡା ମିସ୍ ଏଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ-୨୦୨୦-୨୧ ସୁନ୍ଦରୀ ପ୍ରତିଯୋଗୀତାରେ ମନୋନୀତ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି । କୋରନା ପାଇଁ ଅନ୍ ଲାଇନ୍ ରେ ଆୟୋଜିତ ପ୍ରତିଯୋଗିତାରେ ଭାରତରୁ ୨୫ଜଣ ମନୋନୀତ ହୋଇଛନ୍ତି । ସେଥିମଧ୍ୟରୁ ଓଡ଼ିଶାରୁ ସର୍ବାଧିକ ମାର୍କ ରଖି ମନୋନୀତ ହୋଇଛନ୍ତି ସ୍ମୃତି । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜର ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଇ ଶେଷରେ ରେମ୍ପ୍-ଶୋ ରେ ନିଜର ଜଲୱା ଦେଖାଇ ସ୍ମୃତି ଏହି ପ୍ରତିଯୋଗୀତାରେ ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଛନ୍ତି । ନିଜର ଗ୍ଲାମର ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତିର ନିଆରା ଶୈଳୀ ଦୃଷ୍ଟିରୁ ଜୁରୀଙ୍କ ମନ ଜିଣି ସେ ବେଶ ପ୍ରଶଂସାର ପାତ୍ର ହେବା ସହ ଏଭଳି ଏକ ଜାତୀୟ ସ୍ତରୀୟ ପ୍ରତିଯୋଗୀତାର ଫାଇନାଲରେ ପହଞ୍ଚିଛନ୍ତି । ଗତବର୍ଷ ଡିସେମ୍ବର ୨ ତାରିଖ ରେ ସେ ଏହି ପ୍ରତିଯୋଗିତାରେ ପ୍ରଥମେ ଅନ୍ ଲାଇନ୍ ଜୁମ୍ ଆପ୍ ମାଧ୍ୟମରେ ଅଡିସନ୍ ଦେଇଥିଲେ । ଏଥିରେ ମୋଟ ୩୫୦୦ ଜଣ ଭାଗ ନେଇଥିଲେ ।
ଏହି ପ୍ରତିଯୋଗୀତାରେ ଥିବା ଜଜ୍‌ମାନେ ସ୍ମୃତିଙ୍କ ନିଆରା ଷ୍ଟାଇଲ୍ ପାଇଁ ପ୍ରଶଂସା କରିଛନ୍ତି । ଏହାର ଫାଇନାଲ୍ ଆସନ୍ତା ଫେବୃଆରୀ ୭ ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ସ୍ମୃତି । ସ୍ମୃତି ବ୍ରହ୍ମପୁର ଗୋଶାଣିନୁଆଁ ଗାଁ ପାଣିଗ୍ରାହୀ ସାହି ବାସିନ୍ଦା ହୋଇଥିବା ବେଳେ ସେ ବିଭିନ୍ନ ଶୋ ଗୁଡିକରେ ଆଙ୍କରିଂ ଏବଂ ମୋଡେଲିଙ୍ଗ କରି ବେଶ୍ ନାଁ ଅର୍ଜନ କରି ପାରିଛନ୍ତି ।

related posts

Leave a Comment