Home Breaking News ବିଏମସି ବିକିବ ଖତ

ବିଏମସି ବିକିବ ଖତ

by Times One Odia
Share with
     
 
 
   

ଭୁବନେଶ୍ୱର: ରାଜଧାନୀରେ ବିଏମସି ବିକିବ ଖତ । ଏଣିକି ବର୍ଯ୍ୟବସ୍ତୁରୁ ଜୈବିକ ସାର ପ୍ରସ୍ତୁତ କରି ଲୋକଙ୍କୁ ଖତ ବିକିବାକୁ ଆରମ୍ଭ କରିଛି ବି ଏମ ସି ନୂଆ ଅଭିଯାନ । ସହରରୁ ବହୁ ବର୍ଯ୍ୟବସ୍ତୁ ବାହାରୁଚି । ନୀତିଦିନ ଲୋକଙ୍କ ଘରୁ ଅଳିଆ ଆବର୍ଜନା ନେଉଛି bmc ଆଉ ଏହାକୁ ନେଇ ଡମ୍ପି ୱାର୍ଡରେ ପକାଉଛି ଯାହାଦ୍ୱାରା ଡମ୍ପି ୱାର୍ଡର ଏବେ ନାନା ସମସ୍ୟା ଦେଖାଦେଉଛି । କେଉଁଠି ପରିବେଶ ଦୂଷିତ ହେବାରେ ଲାଗିଲାନି ତ ଆଉ କେଉଁ ଡମ୍ପି yardରେ ଅଲିଆର ପାହାଡ଼ ହେଲାଣି । ତେଣୁ ଏହାକୁ ଦୂର କରିବାକୁ ମୋ ଖତ ଅଭିଯାନ ଆରମ୍ଭ ହୋଇଛି । ଯାହା ସହରର ଲୋକମାନେ ମୋ ଖତ ନାମରେ ଏହି ଖତ ପ୍ରସ୍ତୁତରେ ଭୁବନେଶ୍ୱର ନାଗରିକ ମାନଙ୍କର ଯତେଷ୍ଠ ଯୋଗଦାନ ରହିବ । ଏଥିପାଇଁ ବି ଏମ ସି ପକ୍ଷରୁ ମୋ ଖତ କିଓସକ ଉଦଘାଟିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦ୍ୱାରା ଉଦଘାଟିତ କରାଯାଇଛି ମୋ ଖତ କିଓସ୍କ । ମୋ ଖତ ଶୁଣିଲେ ଆପଣ ଭାବୁଥିବେ ବି ଏମ ସି ଏହାକୁ କିଭଳି ବିକିବ । ପ୍ରଥମେ ବି ଏମ ସି ନିକଟକୁ ଆସୁଥିବା ସବୁ ଓଦା ଓ ଶୁଖିଲା ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ କରାଯିବ ଜୈବିକ ସାର । ଯାହାକୁ ନେଇ ସେହି ଖତକୁ ଲୋକଙ୍କୁ ବିକିବ । ମୋ ଖତ ଜୈବିକ ସାର 5 କେଜି ପାକେଟକୁ 125 ଟଙ୍କାରେ ବିକ୍ରୟ କରାଯିବ । ବିକ୍ରୟ କେନ୍ଦ୍ର ଏସ ଏଚ ଜିର ଦାଇତ୍ୱ ରେ ରହିବ । ବିକ୍ରୟ କେନ୍ଦ୍ର ସକାଳ 10 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଲା ରହିବ । ବର୍ଯ୍ୟବସ୍ତୁର ବିଜ୍ଞାନ ସମ୍ମତ ପରିଚାଳନା ନିମନ୍ତେ 43 ଟି ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ଓ 11 ଟି ମାଟେରିଆଲ ରିକଭରି ଫାସିଲିଟି ସେଣ୍ଟର ରହିଛି । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ 67 ଜଣ ସ୍ବେଚ୍ଛାସେବୀ ଏହାର ପରିଚାଳନାରେ ସହଯୋଗ କରିବେ ।

related posts

Leave a Comment