କଟକ(ଗୁରୁଦତ୍ତ ମହାନ୍ତି): ଜୋର୍ ଧରିଲା ମନ୍ତ୍ରୀ ପ୍ରତାପ ଜେନା ଙ୍କ ଗିରଫ ଦାବି। ଗିରଫ ଦାବିରେ ଆଜି ଡିଜିପି ଙ୍କ କାର୍ଯ୍ୟାଳୟକୁ ଘେରିଲା ବିଜେପି। ହଜାର ହଜାର କର୍ମୀଙ୍କ ସହ ରାଜ୍ୟ ବରିଷ୍ଠ ନେତାମାନେ ପହଞ୍ଚିଥିଲେ ଡିଜିଙ୍କ କାର୍ଯ୍ୟାଳୟ ନିକଟରେ। ବିଜେପି ଘେରିବ ବୋଲି ସୂଚନା ଦେଇଥିଲା ଭାଜପା।ସୂଚନା ପାଇବା ପରେ ପୋଲିସ୍ ଡିଜିଙ୍କ କାର୍ଯ୍ୟାଳୟ ନିକଟରେ ପୋଲିସ୍ ଛାଉଣୀ ହୋଇଯାଇଥିଲା। ମାତାମଠ ଛକ ରୁ ଏକ ବିରାଟ ରାଲିରେ ପହଞ୍ଚି ସଭା କରିଥିଲେ ରାଜ୍ୟ ବିଜେପି ର ତୁଙ୍ଗ ନେତା। ଆଉ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ଉପରେ ପ୍ରବଳ ବର୍ଷିଥିଲେ। ଆଉ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରିବାକୂ ଦାବି କରିଥିଲେ ଉପସ୍ଥିତ ବିଜେପିର ବରିଷ୍ଠ ନେତାମାନେ। ଆଉ ଏକ ପ୍ରତିନିଧି ମଣ୍ଡଳ ଡିଜିପିଙ୍କ ସହ ବୈଠକ ହୋଇଥିଲା। ବୈଠକରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ୩ ଘଣ୍ଟା ଆଲୋଚନା ଚାଲିଥିଲେ ବି ବାହାରେ ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରି ରହିଥିଲେ। ହେଲେ ବୈଠକ ଅଧାରୁ ଚାଲି ଆସିଥିଲେ ଡିଜିପି ଶ୍ରୀ ଅଭୟ ।
ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଗିରଫ କରି ଅଡି ବସିଥିଲେ ବିଜେପି ନେତା। ଶେଷରେ ପୁର୍ଣ୍ଣେଛେଦ ପଡିଥିଲା। ବିଜେପି ପ୍ରତିନିଧିମଣ୍ଡଳୀମାନେ ଆଲୋଚନାରୁ ବାହାରି ଆସି ଏଫ୍ ଆଇ ଆର୍ ରେ ୧୩ ଜଣଙ୍କ ନାଁ ଥିବାରୁ ୧୦ ଦିନ ଭିତରେ ତଦନ୍ତକୁ ଶେଷ କରିବା ପାଇଁ ଡିଜିଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ବିଜେପି ନେତୃମଣ୍ଡଳୀ।ଆଜିର ଏହି ଘେରାଉ ସମାବେଶରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ,ସଭାପତି ସମୀର ମହାନ୍ତି, ବିଭୁ ତରେଇ,ପ୍ରକାଶ ବେହେରା, ଦିଲ୍ଲୀପ ମଲ୍ଲିକ୍, କନକ ବର୍ଦ୍ଧନ ସିଂହଦେଓ, ମନମହୋନ ସାମଲ,ବିଜେପି ନେତ୍ରୀ ସୁରମା ପାଢୀ,ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଙ୍କ ଭଳି ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ। ତେବେ ପୋଲିସ୍ ଡିଜିପିଙ୍କୁ ବିଜେପି ୧୦ ଦିନ ମହଲତ ଦେଇଥିବା ବେଳେ ପୋଲିସ୍ ର ତଦନ୍ତ ଆଗେଇବ ନା ଶୀଥିଳତା ପଡିବ ତାହା ୧୦ ଦିନ ପରେ ହିଁ ଜଣାପଡିବ। ଆଉ ଏହି ୧୦ ଦିନ ପରେ ବିଜେପି ଆଉ କଣ ରଣନୀତି ଆପଣେଇବ ତାହା ଉପରେ ସମସ୍ତଙ୍କ ନଜର।