Home Breaking News ପକ୍ଷୀଙ୍କ ପାଇଁ କାଳ ସାଜିଛି ଗୁଡ଼ି

ପକ୍ଷୀଙ୍କ ପାଇଁ କାଳ ସାଜିଛି ଗୁଡ଼ି

by Times One Odia
Share with
     
 
 
   

ଭୁବନେଶ୍ୱର: ପକ୍ଷୀଙ୍କ ପାଇଁ କାଳ ସାଜିଛି ଗୁଡ଼ି । ଗୁଡି ଉଡାଇ ପ୍ରତିଯୋଗିତା କରି ଗୁଡି କଟା କଟି ବି ହେଉଛି ହେଲେ ଆପଣ ଜାଣିଛନ୍ତି କି ଅନ୍ୟଙ୍କ ପାଇଁ ଏହି ଗୁଡି ସୁତା ବିପଦକୁ ଟାଣି ଅନ୍ୟର ଜୀବନ କାଟୁଛି । ହଁ ଆମେ କହୁଛୁ ଗୁଡି ଉଡ଼ୁଥିବା ମଂଝା ସୂତାରେ ଏବେ ଅନେକ ପକ୍ଷୀଙ୍କର ଜୀବନ ଯାଉଛି । ଏଭଳି ଭାବେ କଟକରେ ଦେଖିବାକୁ ମିଳିଛି ପକ୍ଷୀର ଯନ୍ତ୍ରଣା । ପାଞ୍ଚ ଦିନ ଧରି ଗଛରେ ମଂଝା ସୂତା ଗୁଡ଼ାଇ ହୋଇ ଛଟପଟ ହେଉଛି ନିରୀହ ପକ୍ଷୀ । ଏଠି ପକ୍ଷୀଟି ପଚାରୁଛି ହେ ସମାଜ ଏ ମନୁଷ୍ୟ ଏତେ ନିଷ୍ଠୁର କାହିଁକି । ମୁଁ କାହାର କଣ କ୍ଷତି କରିଛି । ଜୀବନର ମୃତ୍ୟୁ ସହ ଲଢେ଼ଇ କରି ହାରିବାକୁ ଯାଉଛି ମୁଁ ଶେଷ ସଙ୍ଗର୍ଷ କରୁଛି । ମୃତ୍ୟୁ ବି ଆଉ କିଛି ବାଟରେ ରହିଛି । ହେଲେ ଶେଷରେ ନିରୀହ ଅସହାୟ ପକ୍ଷୀଟିର କଥା ଯେମିତି କିଛି ପ୍ରକୃତ ହିରୋଙ୍କ ନିକଟରେ ପହଂଚିଛି । କଟକର କେଶରପୁର କବର୍ରିସ୍ଥାନ ରେ ଥିବା 80 ଫୁଟ ଗଛରେ ମଞ୍ଝା ସୁତା ଗୁଡ଼ାଇ ହୋଇ ପକ୍ଷୀଟି ଫସିଯାଇଥିବା ଜାଣିବାକୁ ପାଇଥିଲେ speak for animals ର ସଦସ୍ୟ । ଏହି ସଦସ୍ୟ ଙ୍କ ସହ ମିଶି ଅଗ୍ନିଶମ ବାହିନୀ ବହାରିପଡିଲେ ପକ୍ଷୀଟିକୁ ଉଦ୍ଧାର କରିବାକୁ । ଅଗ୍ନିଶମ ବାହିନୀର ladder ଦ୍ୱାରା ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । ପ୍ରଥମେ speak for animals ସଦସ୍ୟ ସିଡିରେ ଯାଇ ଉପରକୁ ଗଲେ । ବିପଦରେ ରହିଥିବା ପକ୍ଷୀ ଠାରୁ ଆହୁରି ବିପଦରେ ରହିଥିଲେ ଏହି ପ୍ରକୃତ ହିରୋ । ଜୀବନକୁ ବେଖାତିର କରି ଉପରକୁ ଚଢି ଗଲେ ସେ । ଆଉ ତାପରକୁ ଅଗ୍ନିଶମ ବାହିନୀର କର୍ମଚାରୀ ଜଣଙ୍କ ଉପରକୁ ଗଲେ । ଶେଷରେ ଉଦ୍ଧାର କାର୍ଯ୍ୟ ସଫଳ ହେଲା । ପକ୍ଷୀଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଆଉ ଏକ ଜୀବନ ପାଇଲା । ଆମର ଆପଣଙ୍କୁ ଅନୁରୋଧ ଦୟାକରି ପଶୁ ପକ୍ଷୀଙ୍କ ଜୀବନ ସହ ଖେଲନ୍ତୁ ନାହିଁ । ଏହି ପୃଥିବୀରେ ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି । ନିରୀହ ପଶୁ ପକ୍ଷୀଙ୍କୁ ଭଲ ପାଅ । ପ୍ରକୃତି ବଞ୍ଚାୟ ।

related posts

Leave a Comment