Home Breaking News ଗ୍ରାମ୍ୟ ନିର୍ମାଣ ବିଭାଗର ଆନ୍ତରୀକତାର ଅଭାବ

ଗ୍ରାମ୍ୟ ନିର୍ମାଣ ବିଭାଗର ଆନ୍ତରୀକତାର ଅଭାବ

by Times One Odia
Share with
     
 
 
   

ଫୁଲବାଣୀ(ସୁନିଲ ପଟନାୟକ) ଭିତ୍ତିପ୍ରସ୍ତର ସ୍ଥାପନ କୁ ପାଖାପାଖି ୨ ବର୍ଷ ବିତିଲାଣି । ହେଲେ ପୋଲ କାମ ଆରମ୍ଭ ହେବାର ନାଁ ନାହିଁ। ଗ୍ରାମ୍ୟ ନିର୍ମାଣ ବିଭାଗ ର ଦାୟିତ୍ବହିନତା, ଅବହେଳା ଓ ଆନ୍ତରୀକତା ର ଅଭାବ ଯୋଗୁଁ ପୋଲ କାମ ବିଳମ୍ବ ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଛନ୍ତି ।
ସରକାର ଗତ ସାଧାରଣନିର୍ବାଚନକୁ ଆଖି ଆଗରେ ରଖି ବିଜୁ ସେତୁ ଯୋଜନାରେ ତେରାଗୁଡ଼ା–ନୁଆରି ପଦରରାସ୍ତାରେ ବଡସାଲକି ନଦୀ ଉପରେ ସେତୁ ନିର୍ମାଣ କରିବାପାଇ ତରବରିଆ ଭାବରେଭିତ୍ତି ପ୍ରସ୍ତର ସ୍ଥାପନ କରିଦେଇ ଚୁପ ବସିଛନ୍ତି।
ଏହି ପୋଲ କାମ କେବେ ଆରମ୍ଭ ହେବ ଆଉ କେବେ ସିରିବ କିଏ ଠିକ୍ ଭାବେ କହିପାରୁ ନାହ।ନ୍ତି।ଏହି ପୋଲ ନିର୍ମାଣ ହେଲେ ଆଲାମି, ଡୁଡୁକି,ବଡକି.ତୁଡିପାଜୁ, ଆଦି ପଞ୍ଚାୟତର ହଜାର ହଜାର ଲୋକ ସୁବିଧାରେ ଯାଆ ସ କରନ୍ତୋସରକାର ଏହି ସେତୁ ନିର୍ମାଣ କରିବା ପାଇଁ ୨୦୧୯ ମାର୍ଚ୍ଚରେ ଘୋଷଣା କରିଥିଲୋ
ପୋଲ ନ ଥିବାରୁ ଲୋକେ ପ୍ରତିବର୍ଷ ନିଜେ ନିଜ ଖର୍ଚ୍ଚରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଯା ଆସ କରୁଛନ୍ତି। ହେଲେ ବର୍ଷାଦିନରେ ବନ୍ୟା ପାଣି ଆସି କାଠ ବାଉଂଶ ଧୋଇ ନେଇଯାଏ। ଲୋକେ ଦରକାର ସମୟରେ ଜୀବନକୁ ବାଜି ଲଗାଇ ଉଛୁଳା ନଦୀ ପାର ହୋଇ ମୃତ୍ୟୁବରଣ କରୁ ଛନ୍ତି । ସାଲ କୀ ସେତୁ କାମ ତୁରନ୍ତ ଆରମ୍ଭ କରି ବାକୁ ଯୁବନେତା ଅନନ୍ତ କହଁର, ଅର୍ଜୁନ କହର, ପ୍ରମୁଖ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ ଛନ୍ତି । ଏନେଇ ଗ୍ରାମ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ କୁ ପଚାରିବାରେ ସେ ପୋଲ କାମ ଯେପରି ଆରମ୍ଭ ହେବ ସେଥିପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି। ହେଲେ ପୋଲ କାମ କେବେ ଆରମ୍ଭ ହେଉଛି ତାହା ଦେଖବାର କଥା।

related posts

Leave a Comment