ପାକିସ୍ତାନର ଖାଇବର ପଖତୁନଖା ରାଜ୍ୟର କୋହାଟରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ଘଟଣାରେ ପୁଣି ୪୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବେ ଗିରଫଦାରୀ ସଂଖ୍ୟା ୧୦୦ ରେ ପହଂଚିଛି । ଏହି ମନ୍ଦିର ଭଙ୍ଗାରୁଜା ନେଇ ୩୫୦ ଜଣଙ୍କ ନାଁରେ ଏତଲା ହୋଇଥିଲା । ଏହା ସହିତ ୮ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରାଯାଇଛି । ପେଶାୱର ଠାରୁ ୧୬୦ କିଲୋମିଟର ଦୂରରେ ଅବସ୍ଥିତ ଏହି ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବା ଘଟଣା ନେଇ ଭାରତରେ ଅଶାନ୍ତି ସୃଷ୍ଟି ହୋଇଛି । ଭାରତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ାକର୍ଯ୍ୟାନୁଷ୍ଠାନ ଦାବି କରିଛିି । ଉତ୍ତର ପ୍ରଦେଶର ଆଲିଗଡରେ ବଜରଙ୍ଗ ଦଳର ସମର୍ଥକମାନେ ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପାକିସ୍ତାନରେ ଖାଇବର ପଖତୁନଖା ରାଜ୍ୟର କୋହାଟରେ ଗତ ବୁଧବାର ସ୍ଥାନୀୟ ମୌଲବୀଙ୍କ ନେତୃତ୍ୱରେ ଏକ ଦୁର୍ବୃତ୍ତ ଦଳ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।