Home Breaking News ରୁଷିଆ ଠାରୁ ଭାରତ କିଣିବ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ: ଆମେରିକାର ହଜମ ହଉନି କଥା

ରୁଷିଆ ଠାରୁ ଭାରତ କିଣିବ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ: ଆମେରିକାର ହଜମ ହଉନି କଥା

by Times One Odia
Share with
     
 
 
   

ରୁଷିଆ ଠାରୁ ଭାରତ କିଣିବ ଏସ-୪୦୦ ବାୟୁସେନା ପ୍ରତିରକ୍ଷା ସାମଗ୍ରୀ । ଭାରତ ଓ ରୁଷିଆ ମଧ୍ୟରେ ହୋଇଥିବା ଏହି ବଡଟ୍ଟଟ୍ଟ ଧରଣର ପ୍ରତିରକ୍ଷା ସାମଗ୍ରୀ କିଣା-ବିକା ନେଇ ଆମେରିକା ବିଚଳିତ ହୋଇପଡ଼ିଛି । ଆମେରିକା କହିଛି, ଭାରତ ଦ୍ୱାରା ରୁଷିଆରୁ ଏସ-୪୦୦ ପ୍ରତିରକ୍ଷା ସାମଗ୍ରୀ କିଣିବା ନେଇ ବୁଝାମଣକୁ କଟକଣା ଲଗାଇପାରେ । ଆମେରିକା କଂଗ୍ରେସର ସ୍ୱତନ୍ତ୍ର ଗବେଷଣା ଶାଖା କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ ନିଜର ସଦ୍ୟତମ ରିପୋର୍ଟରେ କହିଛି ଯେ, ଭାରତ ଟେକନିକ କ୍ଷେତ୍ରରେ ଭାଗିଦାରୀ ଓ ଏକାଠି ଉତ୍ପାଦନ କରିବାକୁ ଯୋଜନା କରିଛି । କିନ୍ତୁ ଆମେରିକା ଭାରତର ପ୍ରତିରକ୍ଷା ନୀତିରେ କିଛି ସଂଶୋଧନକୁ ଅପେକ୍ଷା କରୁଛି । ଏଥି ସହିତ ସେ ଚାହୁଁଛି ଯେ, ଆମେରିକାରେ ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରରେ ନିବେଶ କରୁ । ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଏସ-୪୦୦ ସୌଦା କାରଣରୁ ଆମେରିକା କାଉଣ୍ଟରିଂ ଆମେରିକାନ ଏଡଭରସରୀଜ ଥ୍ରୁ ସେକ୍ସନ ଆକ୍ଟ ଅର୍ଥାତ କଟକଣା ଲଗାଇପାରେ ।

related posts

Leave a Comment