Share with
ମମତା ଦିଦିଙ୍କୁ ରାଜନୈତିକ ଝଟକା ଲାଗିଛି । ତୃଣମୂଳ କଂଗ୍ରେସର ଆଉ ଜଣେ ମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଲାଙ୍କ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରୁ କ୍ରମାଗତ ଦଳର ନେତା ଇସ୍ତଫା ଦେଉଛନ୍ତି । ଲକ୍ଷ୍ମୀ ରତନ ଶୁକ୍ଲା ବେଙ୍ଗଲ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିଲେ, କିନ୍ତୁ ଆଜି ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ବର୍ତ୍ତମାନ ଦଳର ଜଣେ ବିଧାୟକ ଭାବେ କାର୍ଯ୍ୟରତ ଅଛନ୍ତି।
ମିଳିଥିବା ସୂଚନାନୁସାରେ, ଲକ୍ଷ୍ମୀ ରତନ ଶୁକ୍ଲା ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଛନ୍ତି। ପୂର୍ବରୁ ସେ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବାରୁ ତାଙ୍କ ଦଳ ଛାଡିବା ଚର୍ଚା ହେଉଛି ।