Share with
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇଂଲଣ୍ଡରେ ପୁଣି ଥରେ ଲକଡାଉନ ଲାଗୁ ଘୋଷଣା କରିଛନ୍ତି । ଇଂଲଣ୍ଡରେ ନୂଆ ଷ୍ଟ୍ରେନର କରୋନା ଭାଇରସ ସକ୍ରିୟ ରହିଥିବାରୁ ବହୁ ସଂଖ୍ୟାରେ ଲୋକ ନୂଆ ଷ୍ଟ୍ରେନ ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେଣି । କିନ୍ତୁ ଏବେ କିଛି ଦିନ ହେବ କରୋନାର ନୂଆ ଷ୍ଟ୍ରେନ ଦେଖାଯିବା ପରେ ଏହା ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ପ୍ରଥମ କରୋନା ଷ୍ଟେନ ତୁଳନାରେ ଏହା ୪୦ ପ୍ରତିଶତ ଅଧିକ ବୋଲି ଜନସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ସ୍କଟଲାଣ୍ଡ, ୱେଲ୍ସ, ଉତ୍ତର ଆୟରଲାଣ୍ଡରେ ଲକଡାଉନ ଲାଗୁ ହୋଇଥିବା ବେଳେ ସୋମବାର ଇଂଲଣ୍ଡରେ ଲକଡାଉନ ଲାଗୁ କରି ଦିଆଯାଇଛି । ବିଗତ ଏକ ସପ୍ତାହ ମଧ୍ୟରେ ୨୦ ପ୍ରତିଶତ ମୃତ୍ୟୁ ସଂଖ୍ୟା ବଢ଼ିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ବୋରିସ ଜନସନ ।