ଚାଷୀଙ୍କୁ ମନେଇବାରେ ପୁଣି ସରକାର ବିଫଳ । କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୮ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ଆଇନ ସଂଶୋଧନ ପାଇଁ କମିଟି ଗଠନ ପ୍ରସ୍ତାବକୁ ଚାଷୀ ପ୍ରତିନିଧିମାନେ ଅସ୍ବୀକାର କରି ଆଲୋଚନା ଶେଷ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିବାରୁ ସରକାରଙ୍କ ସମସ୍ତ ଉଦ୍ୟମ ଫସର ଫାଟିଛି। ଆସନ୍ତା ୮ ତାରିଖରେ ପରବର୍ତ୍ତୀ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ଏହାରି ଭିତରେ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ସୋମବାର ୪୦ ଦିନରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ବର୍ଷା ଯୋଗୁ ୧୨ରୁ ଅଧିକ ଚାଷୀଙ୍କ ଜୀବନ ଚାଲିଯାଇଥିଲେ ହେଁ କୃଷକମାନେ ପଛକୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ସୋମବାର ବୈଠକ ସମୟରେ ୩ଟି ଯାକ କୃଷି ଆଇନରେ ସଂଶୋଧନ ଆଣିବା ଲାଗି ସରକାରଙ୍କ ପକ୍ଷରୁ ମିଳିତ କମିଟି ଗଠନ ପାଇଁ କୃଷକ ପ୍ରତିନିଧିମାନଙ୍କୁ ପ୍ରସ୍ତାବକୁ ଚାଷୀ ଅସ୍ବୀକାର କରିଥୀଲେ ।