Share with
କରୋନା ଯାଇନି ଆସିଲାଣି ଆଉ ଏକ ବିପଦ । ଏଥର ବିପଦ ବାର୍ଡ ଫ୍ଲୁ କୁ ନେଇ । ଦେଶର ୪ ରାଜ୍ୟରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଚିନ୍ତା ଅଧିକ ବଢିଯାଇଛି । ବାର୍ଡ ଫ୍ଲୁ ଦେଖା ଦେଇଥିବା ୪ ରାଜ୍ୟ ହେଉଛି ରାଜସ୍ଥାନ, କେରଳ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ । ବାର୍ଡ ଫ୍ଲୁ ଦେଖାଦେବା ପରେ କେରଳରେ ୪୦ ହଜାର କୁକୁଡା ମରାଯିବ । ଏ ନେଇ କେରଳ ସ୍ବାସ୍ଥ୍ୟ ବିଭାଗ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ୪ ରାଜ୍ୟରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏହାର ପଡୋଶୀ ରାଜ୍ୟ ଅଧିକ ସତର୍କତା ଗ୍ରହଣ କରିଛନ୍ତି ।