Home Breaking News କୋଭିଡ ପାରା ମେଡିକାଲ ଷ୍ଟାଫଙ୍କ ପୁନଃ ନିଯୁକ୍ତି ନେଇ ଦାବିପତ୍ର

କୋଭିଡ ପାରା ମେଡିକାଲ ଷ୍ଟାଫଙ୍କ ପୁନଃ ନିଯୁକ୍ତି ନେଇ ଦାବିପତ୍ର

by Times One Odia
Share with
     
 
 
   

ନବରଙ୍ଗପୁର(ଜ୍ୟୋତିରଞ୍ଜନ କାନୁନଗୋ): ଦୀର୍ଘ 9 ମାସ ହେଲା କୋରନା ସଙ୍କଟ ପାଇଁ ରାଜ୍ୟ ସରକାର ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ମେଡିକାଲ ରେ ପାରା ମେଡିକାଲ ଷ୍ଟାଫ ଓ ଲ୍ୟାବ ଟେକ୍ନିସିଆନ ନିଯୁକ୍ତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଯେଉ ମାନଙ୍କୁ କୋଭିଡ଼ ଯୋଦ୍ଧା ର ମାନ୍ୟତା ଦିଆ ଯାଇଥିଲା ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରି ଦିଆ ଯାଇଛି କିନ୍ତୁ ଲ୍ୟାବ ଟେକ୍ନିସିଆନ ଙ୍କୁ କାର୍ଯ୍ୟ ରେ ଏଯାବତ୍ ନିୟୋଜିତ କରା ଯାଉଛି। ସରକାର ଙ୍କ ଲେଟର ନୋ 30291/H ଅନୁସାରେ 22।12।20 ଦିନ 25% କୋଭିଡ ଷ୍ଟାଫ ଙ୍କୁ କାର୍ଯ୍ୟ କରିବାର ଅନୁମତି ଦିଆଯିବ ବୋଲି ନୋତିଫିକେସନ ହେବାପରେ ବାକି 75% ଙ୍କ ଭବିଷ୍ୟତ କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ଜିଲ୍ଲା ର ସ୍ବାସ୍ଥ୍ୟ ବିଭାଗ ରେ ଅନେକ ପଦବୀ ଖାଲି ପଡ଼ିଛି କିନ୍ତୁ ତାକୁ ପୂରଣ କରିବା ପାଇଁ ଆଜିଯାଏ ଦୀର୍ଘ ବର୍ଷ ହେଲା କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେଣୁ ସଙ୍କଟ ସମୟରେ ନିଜ ଜୀବନ କୁ ବାଜି ଲଗାଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିବା ପାରା ମେଡିକାଲ ଷ୍ଟାଫ ଙ୍କୁ ଅଗ୍ରାଧିକାର ଦିଆଯାଇ ପୁନଃ ଅବସ୍ଥାପିତ କରାଯାଉ ବୋଲି ଆଜି ସଂଘ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବା ସହ ଯଦି ଆଗାମୀ ଦିନ ରେ ଦାବି ପୂରଣ ନ ହୁଏ ତାହେଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

related posts

Leave a Comment