Home Breaking News ଅସ୍ତରଙ୍ଗ ବିଜେଡିରେ ପୁଣି ବଢିଲା ଅସନ୍ତୋଷ

ଅସ୍ତରଙ୍ଗ ବିଜେଡିରେ ପୁଣି ବଢିଲା ଅସନ୍ତୋଷ

by Times One Odia
Share with
     
 
 
   

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ଅସନ୍ତୁଷ୍ଟଙ୍କୁ ନେଇ ସବୁଜ ଶାଖରେ ବିଜେଡି କର୍ମୀ ମାନଙ୍କ ବୈଠକ, ଅସ୍ତରଙ୍ଗ ସବୁଜ ଶାଖାରେ ବିଜେଡିର ଅନ୍ୟତମ ଗୋଷ୍ଠୀ ମାନଙ୍କୁ ନେଇ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ପୂର୍ବତ୍ତନ ବିଜେଡି ସଭାପତି ସାଇରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ | ବୈଠକରେ ବିଜେଡିର ଛାମୁଆ ନେତା ଜିଲ୍ଲାପରିଷଦ ସଭ୍ୟ ଗଦାଧର ବିଶ୍ୱାଳ,ସମିତିସଭ୍ୟ ଦିବାକର ଛାଟୋଇ, ପାଟଳଦା ସରପଞ୍ଚ ପ୍ରଫୁଲ୍ଲ ବେହେରା, ସମିତିସଭ୍ୟ ବିଜୟ କାଣ୍ଡି, ଆଳସାହି ସରପଞ୍ଚ ଅଧିକାରୀ ବେହେରା,ନୂଆଗଡ ପଞ୍ଚାୟତ ସମିତିସଭ୍ୟ ନିରୁପମା କାଣ୍ଡି ସମେତ 15 ପଞ୍ଚାୟତର ଆଗଧାଡିର କର୍ମୀ ଓ ୱାର୍ଡ ସଭ୍ୟଙ୍କ ସମେତ ଶତାଧିକ ଯୋଗ ଦେଇଥିଲେ | ଉପସ୍ଥିତ କର୍ମୀ ଓ ନେତାଙ୍କ ମଧ୍ୟରେ ଏକ ବଡ ଧରଣର ଅସନ୍ତୋଷ ଦେଖିବାକୁ ମିଳିଥିଲା | ସୂଚନା ମୁତାବକ ଅସ୍ତରଙ୍ଗରେ ବିଜେଡି କର୍ମୀଙ୍କୁ କାକଟପୁର ବିଧାୟକ ତଥା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅଣଦେଖା କରୁଛନ୍ତି |ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ନକରିବା, ନିକଟରେ ଉକୁଳେଇ ଠାରେ ଆୟୋଜିତ ବିଜେଡିର ପ୍ରତିଷ୍ଠା ଦିବସରେ ବହୁ ପୁରୁଣା ବିଜେଡି କର୍ମୀଙ୍କୁ ନ ଡାକିବାରୁ ଏଭଳି ଅସନ୍ତୋଷ ବ୍ୟକ୍ତ ପ୍ରକାଶ ପାଇଛି | ସେମାନେ ଆହୁରି କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡି ଦଳକୁ ଭୋଟ ଦେବାପରେ ବିଧାୟକ ତୁଷାରକାନ୍ତି ବେହେରା ବିପୁଳ ଭୋଟରେ ବିଜୟୀ ହୋଇଥିଲେ |କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ସେ ଜିତିବା ପରେ କାହା ଇଙ୍ଗିତରେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଛନ୍ତି ଯାହାକୁ ନେଇ ପ୍ରଶ୍ନ କରିଛନ୍ତି!ଦଳ କାହାର? ଯଦି ଏଭଳି ଅଣଦେଖା କରାଯାଏ ତେବେ ଆଗକୁ ଉଚିତ ଜବାବ ଦିଆଯିବ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମୀ କହିବାକୁ ଭୁଲି ନଥିଲେ | ଯେହେତୁ ସେମାନେ ଦଳକୁ ଭଲ ପାଇଛନ୍ତି ସେହିହେତୁ ଦଳରେ ପଡିରହିଛନ୍ତି | ଆଗକୁ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନେଇ ପ୍ରତି ପଞ୍ଚାୟତରେ ସଂଗଠନକୁ ସୁଦୃଢ କରିବା ସମେତ ନେତାଙ୍କ ଏଭଳି ଅଣଦେଖାକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି |ଘଟଣା ସମ୍ପର୍କରେ ବିଜେଡିର ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଖୁବଶୀଘ୍ର ଭେଟିବାକୁ ନିଷ୍ପତ୍ତି ହୋଇଛି|ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଅସ୍ତରଙ୍ଗ ବିଜେଡିରେ ଏବେବି ଅସନ୍ତୋଷ ଜାରିରହିଛି | କହିବାକୁ ଗଲେ ଅସ୍ତରଙ୍ଗ ବିଜେଡି ଦୁଇଫାଳ ହୋଇଯାଇଛି |ଏକଥା ଆମେ କହୁନୁ, ଆଜି ବୈଠକ ରେ ଯୋଗଦେଇଥିବା ଶହ ଶହ ଅସନ୍ତୁଷ୍ଟଙ୍କୁ ନେଇ ଅଲଗା କର୍ମୀ ବୈଠକ ହେବା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ଘଟଣାରୁ ବିଜେଡିରେ ଅନ୍ତଦ୍ୱନ୍ଦ୍ୱ ଲାଗିରହିବା ପ୍ରମାଣ କରୁଛି | ଦଳରେ ଏଭଳି କନ୍ଦଳ ଜାରିରହିଲେ ଆଗକୁ
ଅସ୍ତରଙ୍ଗରେ ବିଜେଡିକୁ ବଡ ମହଙ୍ଗା ପଡିପାରେ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି |

related posts

Leave a Comment