Home Breaking News ମୋଟର ଖରାପ ହୋଇ ପଡିଛି: ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଆଲାମି ପଞ୍ଚାୟତବାସୀ

ମୋଟର ଖରାପ ହୋଇ ପଡିଛି: ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଆଲାମି ପଞ୍ଚାୟତବାସୀ

by Times One Odia
Share with
     
 
 
   

ଫୁଲବାଣୀରୁ(ସୁନୀଲ ପଟନାୟକ): ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ସ୍ଵଛ ପାନୀୟ ଜଳ ହାତପାଆନ୍ତାରେ ଯୋଗାଇଦେବା ପାଇଁ ବସୁଧା ଯୋଜନାରେ ଫୁଲବାଣି ବ୍ଲକ ଅନ୍ତର୍ଗତ ଆଲାମି ପଞ୍ଚାୟତରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଏସବୁ ପ୍ରକଳ୍ପଗୁଡ଼ିକର ଆବଶ୍ୟକ. ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇପଡ଼ୁଛି ଆଉ ଲୋକେ ଏହା ର ସୁଫଳ ପାଉ ନାହ।ନ୍ତି। ଏଭଳି . ଦୃଶ୍ୟ ଦେଖି ବାକୁ ମିଳିଛି ଆଲାମୀ ପଞ୍ଚାୟତରେ।

ଗ୍ରାମ। ଞ୍ଚଳର ଲୋକମାନଙ୍କୁ ହାତ ପାଆନ୍ତାରେ ସ୍ଵଛ ପାନୀୟ ଜଳ ଯୋଗାଇଦେବା ପାଇଁ rwssଗ୍ରାମ୍ୟ ଜଳଯୋଗାଣବିଭାଗ ପକ୍ଷରୁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଗତ ସାତ ବର୍ଷ ତଳେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା।ଏଥିରେ ପମ୍ପ ବସା ଯିବା ସହ ପାଣି ଟ୍ୟାଙ୍କି ଆଦି ନିର୍ମାଣ କରାଯିବା ସହ ସାହୀ ବସ୍ତି କୁ ପାଇପଲାଇନ ବିଛାଇ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । , ହେଲେ ଏବେ ବର୍ଷେ ହେଲା ମୋଟର ଖରାପ ହୋଇଯିବା ଫଳରେ ପ୍ରକଳ୍ପ ଅଚଳ ହୋଇପଡିଛି। ଅଭିଯୋଗ କଲେ ଯନ୍ତ୍ରୀ ଶୁଣୁନଥିବା ଅଭିଯୋଗ କରିଛନ୍ତି ଆଲାମି ପଞ୍ଚାୟତର ନୁଆ ରିପଦର ଓ ସାଙ୍ଗ ଜାର୍ଗୀ ଗ୍ରାମବାସୀ

ମୋଟର ଖରାପ ଯୋଗୁ ଏବେ ଗ୍ରାମବାସୀ ନାଳ, ଓ ଚୁଆରୁ ପାଣି ଆଣି ପିଉଛନ୍ତି। ନଳକୁ ପ୍ ଅଛି। ହେଲେ ସେଥିରୁ ବାହାରୁଥିବା ପାଣି ଅଣ୍ଟୁନି । ଏଣେ ଆଗକୁ ଖର।ର୍ଦିନ । ଏବେଠାରୁ ପ୍ରକଳ୍ପ ମରାମତି କରି ପାନୀୟ ଜଳ ଯୋଗାଇଦେବା ବ୍ୟବସ୍ଥା କରିବାଲାଗି ଗ୍ରାମବାସୀ ଦାବୀ କରିଛନ୍ତି। ଅନ୍ୟଥା ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ତେବେ ଏନେଇ ଗ୍ରାମ୍ୟ ଜଳଯୋଗାଣ ନିର୍ବାହିଯନ୍ତ୍ରି ଙ୍କୁ ପଚାରିବାରେ ସେ ଏନେଇ ଅଭିଯୋଗ ପାଇବାପରେ ତତକ୍ଷଣ । ତ ବିଦ୍ଭାଗୀୟ ଯନ୍ତ୍ରୀଙ୍କୁ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ ଅତି ଶିଘ୍ର ଏହାର ମରାମତି କରାଯାଇ ଲୋକଙ୍କୁ ଆଗଭଳି ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ହେଲେ ପାନୀୟ ଜଳ ପ୍ରକଳ୍ପ କେବେ ମରାମତି ହେବ ଆଉ କେବେ ଆଲାର୍ମୀ ଗ୍ରାମବାସୀ ସ୍ୱଛପାନୀୟ ଜଳ ପାଇବେ ତାହା ଦେଖିବାର କଥା।

related posts

Leave a Comment