ନୂଆବର୍ଷରେ ଭାରତ ପାଇଁ ସବୁଠୁ ବଡ ଖୁସି ଖବର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟ ଭାବରେ ସାମିଲ ହୋଇଛି ଭାରତ । ଦେଶ ମାନବିକ ଅଧିକାର ତଥା ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରାଜଦୂତ ଟି.ଏସ୍ ତିରୁମୂର୍ତ୍ତିଙ୍କ କହିଛନ୍ତି ଯେ ବହୁପକ୍ଷୀୟତା ଉପରେ ମଧ୍ୟ ଭାରତର ଗୁରୁତ୍ୱ ଦିଆଯିବ। ଜାନୁଆରୀ ୧ରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେଇଛି । ୟୁଏନଏସସିର ସ୍ଥାୟୀ ସଦସ୍ୟ ଏବଂ ୧୦ ଅସ୍ଥାୟୀ ସଦସ୍ୟ ରହିଛନ୍ତି । ଅସ୍ଥାୟୀ ସଦସ୍ୟ ଭାବରେ ଅଷ୍ଟମଥର ପାଇଁ ୟୁଏନଏସସିରେ ଭାରତ ସ୍ଥାନିତ ହୋଇଛି ।
ତିରୁମୂର୍ତ୍ତି କହିଛନ୍ତି, ପରିଷଦରେ ଅଧିକ ସହଯୋଗର ଆବଶ୍ୟକତା ଭାରତ ନିଶ୍ଚିତ ଭାବେ ସୂଚିତ କରିବ । ସେ କହିଛନ୍ତି ଯେ ଏହା ଏପରି ଏକ ସ୍ଥାନ ହେବା ଉଚିତ ନୁହେଁ ଯେଉଁଠାରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କୌଣସି ଅଘଟଣ ହେତୁ ଜରୁରୀ ଆବଶ୍ୟକତା ସଠିକ୍ ଭାବରେ ସମାଧାନ ହୋଇପାରିବ ନାହିଁ।
ଭାରତ ବ୍ୟତୀତ ନରୱେ, କେନିଆ, ଆୟର୍ଲାଣ୍ଡ ଏବଂ ମେକ୍ସିକୋ ୨୦୨୧ରେ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେବେ । ଚୀନ୍, ଫ୍ରାନ୍ସ, ଋଷ, ବ୍ରିଟେନ ଏବଂ ଆମେରିକା ସ୍ଥାୟୀ ସଦସ୍ୟ ଅଟନ୍ତି। ଅଗଷ୍ଟ ୨୦୨୧ରେ ଭାରତ ୟୁଏନଏସସି ଏବଂ ପରେ ୨୦୨୨ରେ ଏକ ମାସ ପାଇଁ ପରିଷଦ ଅଧ୍ୟକ୍ଷତା କରିବ।