Home Breaking News / ତାଜା ଖବର ଡିସେମ୍ବର ୮ ଭାରତ ବନ୍ଦକୁ ବିରୋଧୀଙ୍କ ବଡ ସମର୍ଥନ: ଚାଷୀଙ୍କ ସହ ସ୍ୱର ମିଳାଇଲେ କଂଗ୍ରେସ ସମେତ ୮ ଜାତୀୟ ଦଳ

ଡିସେମ୍ବର ୮ ଭାରତ ବନ୍ଦକୁ ବିରୋଧୀଙ୍କ ବଡ ସମର୍ଥନ: ଚାଷୀଙ୍କ ସହ ସ୍ୱର ମିଳାଇଲେ କଂଗ୍ରେସ ସମେତ ୮ ଜାତୀୟ ଦଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ଡିସେମ୍ବର ୮ ତାରିଖ ଭାରତ ବନ୍ଦକୁ ଧୀରେଧୀରେ ବଳ ମିଳୁଛି । କଂଗ୍ରେସ, ଟିଆରଏସ୍‌, ଡିଏମ୍‌କେ ଓ ଆମ ଆଦମୀ ପାର୍ଟି ସମେତ ୮ ଜାତୀୟ ଦଳ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଡିସେମ୍ବର ୮ ତାରିଖ ‘ଭାରତ ବନ୍ଦ’ ଡାକରାକୁ ସମର୍ଥନ ଜଣାଇଛନ୍ତି । ଏହି ଆଇନକୁ ବାତିଲ କରିବା ଦାବିକୁ ନେଇ ଦିଲ୍ଲୀର ସୀମାରେ ଚାଷୀଙ୍କ ଆନ୍ଦୋଳନ ୧୨ ଦିନ ହେବ ଜାରି ରହିଛି । ପୂର୍ବରୁ ଶନିବାର ତୃଣମୂଳ କଂଗ୍ରେସ, ଆରଜେଡି ଓ ବାମପଂଥୀ ଦଳ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇ ସାରିଛି । ଏତଦ ବ୍ୟତୀତ ୧୦ଟି ଟ୍ରେଡ ୟୁନିୟନ ମଧ୍ୟ ‘ଭାରତ ବନ୍ଦ’କୁ ସମର୍ଥନ ଜଣାଇଛି ।

ଏନ୍‌ସିପି ପ୍ରମୁଖ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାର କହିଛନ୍ତି, ସେ ଚାଷୀଙ୍କ ପ୍ରଦର୍ଶନକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି । କାରଣ ଯଦି ପ୍ରଦର୍ଶନ ଜାରି ରହେ, ଚାଷୀ ଆନ୍ଦୋଳନ କେବଳ ଦିଲ୍ଲୀ ନୁହଁ ସାରା ଦେଶବ୍ୟାପୀ ଚାଲିବ , ଜନତା ଚାଷୀଙ୍କୁ ସମର୍ଥନ ଜଣାଇବେ । ପାୱାର କହିଛନ୍ତି ଯେ, ମୋର ଆଶା ଯେ, ସରକାର ବୁଝିବେ ଏବଂ ପ୍ରସଙ୍ଗକୁ ସମାଧାନ କରିବା ଲାଗି ଚିନ୍ତା କରିବେ । କଂଗ୍ରେସ ଭାରତ ବନ୍ଦ ପ୍ରତି ସଂପୂର୍ଣ୍ଣ ସମର୍ଥନ ଜଣାଇଛି ଏବଂ ଘୋଷଣା ମଧ୍ୟ କରିଛି ଯେ, ଦଳ ଡିସେମ୍ବର ୮ ତାରିଖରେ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇବ ଏବଂ ରାଜ୍ୟ ମୁଖ୍ୟାଳୟରେ ପ୍ରଦର୍ଶନ କରିବ । ସେପଟେ ଆମ ଆଦମୀ ପାର୍ଟି ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇ ଚାଷୀଙ୍କ ସହ ସ୍ବର ମିଳାଇଛି ।\

related posts

Leave a Comment