Home Breaking News / ତାଜା ଖବର ପ୍ରଶାସନ ପକ୍ଷରୁ କୋଭିଡ୍-୧୯ ପରୀକ୍ଷା

ପ୍ରଶାସନ ପକ୍ଷରୁ କୋଭିଡ୍-୧୯ ପରୀକ୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସାରା ବିଶ୍ବରେ କୋଭିଡ୍-୧୯ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ତ୍ତ ମାନ ସୁଦ୍ଧା ଏହି ଭୁତାଣୁ ଜନିତ ମହାମାରୀ ସଂକ୍ରମଣ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇନାହିଁ। ଏହି ସଂକ୍ରମଣରେ ଲୋକଙ୍କ ବହୁ ସଂଖ୍ୟକ ମୃତ୍ୟୁ ବରଣ କରିଥିବା ବେଳେ ସୁସ୍ଥ ମଧ୍ୟ ବହୁ ସଂଖ୍ୟକ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କୈାଣସି ଟିକା ଏପର୍ଯ୍ୟନ୍ତ ବାହାରି ନଥିବା ବେଳେ କେବଳ ସଚେତନତା ଦ୍ବାରା ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ସାନିଟାଇଜର ବାଧ୍ୟତା କରିବାପାଇଁ ସରକାରଙ୍କ ପକ୍ଷରୁ କୁହା ଯାଇଛି।

ବ୍ଲକ୍ ପ୍ରଶାସନ ପକ୍ଷରୁ ତତ୍ପରତା ହୋଇ ଲୋକଙ୍କର କୋଭିଡ୍ ପରୀକ୍ଷା କରାଯାଇଛି। ଡିସେମ୍ବର ମାସରୁ ଦୃତୀୟ ପର୍ଯ୍ୟାୟରେ ଏହି ସଂକ୍ର ମଣ ବ୍ୟାପିବାର ଆଶଂକା ଥିବାରୁ ସ୍ବାସ୍ଥ୍ୟ ବିଭାଗରରୁ ପରୀକ୍ଷା କରାଯାଇଛି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ,କୋଭିଡ ଦାୟିତ୍ଵ ରେ ଥିବା ଡ଼ାକ୍ତର ଦେବାଶିଷ ଜେନା ଏବଂ ଥାନା ଅଧିକାରୀ ତରୁଣ ତପନ ବେହେରାଙ୍କ ଉପସ୍ଥିତ ରେ ଥାନା ସମ୍ମୁଖରେ ଲୋକଙ୍କ କରୋନା ପରୀକ୍ଷା କରା ଯାଇଛି। ଏହି ପରୀକ୍ଷା କରିବା ପାଇଁ ଲୋକଙ୍କ ମାନଙ୍କୁ ନିବେଦନ କରାଯାଇଛି ଏବଂ ମାସ୍କ ବ୍ୟବ ହାର, ସାମାଜିକ ଦୂରତା ରଖିବା ସହ ସାନି ଟାଇଜର କରିବା ପାଇଁ ପରାମର୍ଶ ଦିଆଯାଇଛି।

related posts

Leave a Comment