Home Breaking News / ତାଜା ଖବର ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ମନୋହର ରନ୍ଧାରୀ ଏବେ ପୁଣି ଚର୍ଚ୍ଚାରେ।ବିଧାନସଭା ସାରି ଅନ୍ୟ ବିଧାୟକ ମାନେ ଭୁବନେଶ୍ୱର ଭଳି ଯାଗାରେ ରହିବାକୁ ପସନ୍ଦ କରୁଥିବା ବେଳେ ବିଧାୟକ ରନ୍ଧାରୀ ତାଙ୍କ ନିର୍ବାଚନ ମଣ୍ଡଳୀର ପାପଡାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମର ଜନସାଧାରଣମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବାଣ୍ଟିଛନ୍ତି ।

ସେ ସବୁଵେଳେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଵୁଲି ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରି ସୁଖ ଦୁଃଖ ରେ ସାମିଲ ହୋଇ ଆନନ୍ଦ ପାଇଥାନ୍ତି।ଏମିତିକି ନିଜ ଜମିରେ ହଳ କରିଵାସହ ଵିଭିନ୍ନ ଅଞ୍ଚଳ ଗସ୍ତକରି କେତେବେଳେ ନିଜେ କୋଦାଳ ଧରି ଗାଁ ରାସ୍ତା ତିଆରିରେ ଜନସାଧାରଣ ଙ୍କ ସହିତ ସାମିଲ ହୁଅନ୍ତି ତ ଆଉ କେତେବେଳେ ୧୦୮ଆମ୍ବୁଲାନ୍ସ ନ ଯାଉଥିବା ସ୍ଥାନରୁ ଲୋକେ ଖଟିଆ ଦ୍ୱାରା ଆଣୁଥିଵା ରୋଗିଙ୍କୁ ନିଜେ ନିଜ ଗାଡିରୁ ଓଲ୍ହାଇ ଲୋକ ଙ୍କ ସହ କାନ୍ଧ ମିଳାଇ ରୋଗୀ ଙ୍କୁ ବୋହି ଆଣିବାରେ ସହଯୋଗ କରିଥାନ୍ତି।

ବର୍ଷା ଦିନରେ ଜମି ମାନଙ୍କରେ କାମ କରୁଥିବା ଶ୍ରମିକ ମାନଙ୍କୁ ଜରିକୋଟ, ଚା ଜଳଖିଆ ପ୍ରଦାନ ତ ଆଉ କେତେବେଳେ ଧାନ କାଟିବା ପାଇଁ ଦାଆ ପ୍ରଦାନ କରି ଆତ୍ମ ତୃପ୍ତି ପାଆନ୍ତି।ଜନସାଧାରଣଙ୍କ ସୁଖ ଦୁଃଖ ରେ ସେ କାନ୍ଧକୁ କାନ୍ଧ ମିଶାଇ ପ୍ରିୟ ପାତ୍ର ହୋଇପାରିଛନ୍ତି l ବିଭାଘର,ବ୍ରତଘର,ଏକୋଇଶା ଘର,ମରିଯାଇଥିବା ଘରକୁ ଯାଇ ସଵୁଥିରେ ସାମିଲ ହୋଇ ଜନସାଧାରଣ ରେ ସେ ସମସ୍ତଙ୍କର୍ ପ୍ରିୟ ପାତ୍ର ହୋଇଛନ୍ତି। ସେ କୁହନ୍ତି ମୋତେ ଆପଣ ମାନେ ଚୌକି ରେ ବସିବାର ଅଧିକାର ଦେଇ ଆପଣ ମାନଙ୍କର ଚୌକିଦାର ହୋଇ କାମ କରାଇବାର ସୁଯୋଗ ଦେଇଛନ୍ତି।ମୋର ଆପଣ ମାନେ ଜମିଦାର।ସେ ଡାବୁଗାଁ ରେ କଂଗ୍ରେସ ଗଡ଼କୁ ଭାଙ୍ଗି,ଶଙ୍ଖ ଧ୍ୱନି ଶୁଣାଇଛନ୍ତି ।ନବରଙ୍ଗପୁର ବିଧାନସଭା ଆସନରୁ ଦୁଇଥର ବିଧାୟକ ହୋଇ ତୃତୀୟ ଥର ଡାବୁଗାଁ ରେ ବିଧାୟକ ହୋଇପାରିଛନ୍ତି।ତାଙ୍କର ପାରିବା ପଣିଆ କୁ ଜନସଧାରଣ ରେ ଭୁୟସି ପ୍ରଶଂସା ହୋଇଥାଏ।

related posts

Leave a Comment