Home Breaking News / ତାଜା ଖବର କାବୁ ହେଲା ଏଟିଏମ ଲୁଟେରା

କାବୁ ହେଲା ଏଟିଏମ ଲୁଟେରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା(କାଳୀ ପ୍ରସାଦ ତ୍ରିପାଠୀ): ସାରଙ୍ଗଗଡ଼ ଥାନାର ପାବୁରିଆ ଠାରେ ଜଣେ ଏ ଟି ଏମ ଲୁଟେରାକୁ କାଲି ରାତ୍ର ପ୍ରାୟ ଦୁଇଟାରେ ଧରି ପୋଲିସ ପାଖରେ ଜିମା ଦେଇଥିବା ର ଜଣାପଡିଛି। ସୂଚନାଯୋଗ୍ୟ ଏହି କି ଯେ ରାତ୍ରି ପ୍ରାୟ ଦୁଇ ଘଣ୍ଟା ସମୟରେ ପାବୁରିଆ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏ ଟି ଏମ ର ସଟର ପକାଇ ଭିତରେ ଗ୍ୟାସ କଟର ଧରି ଏ ଟି ଏମ ଭାଙ୍ଗୁଥିବା ସମୟରେ ଏକ ଅଟୋଚାଳକ ହାବୁଡ଼ରେ ପଡିଯାଇଥିଲା।ଅଟୋ ଧରି ଜଣେ ସେହି ରାସ୍ତାରେ ଯାଉଥିବା ସମୟରେ ଶବ୍ଦ ଶୁଣି ଅନ୍ୟ ଲୋକଙ୍କୁ ଡାକି ଆଣିଲା।ସମସ୍ତେ ମିଶି ସଟର ଟେକି ଉକ୍ତ ଯୁବକ କୁ ନିସ୍ତୁକ ମାଡ଼ ମାରି ପୋଲିସ କୁ ଖବର ଦେଇଥିଲେ। ସାରଙ୍ଗଗଡ଼ ପୋଲିସ ପଂହଁଚି ଯୁବକ କୁ ନେଇଥିବା ର ଜଣାପଡିଛି।

related posts

Leave a Comment