Home Breaking News / ତାଜା ଖବର ବିଞ୍ଚଣାରେ ପଡି ରହିଛି ରୁପାଲି

ବିଞ୍ଚଣାରେ ପଡି ରହିଛି ରୁପାଲି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସନୀଲ ପଟ୍ଟନାୟକ): ମାସେ କି ଦିମାସ ନୁହେଁ ଗତ ୪ ବର୍ଷ ହେଲା ବିଞ୍ଚଣାରେ ପଡିରହିଛି କୁନି ଝିଅ ରୁପାଲି, କନ୍ଧମାଳ ଜିଲ୍ଲା ଜି.ଉ ଦୟଗିରି ବ୍ଳକ ର ତଲାରି ମାହା ଗ୍ରାମର ମାଧୁରୀ ଡିଗଲ ଓ ତ୍ରିନାଥ ଡିଗଲଙ୍କ ବଡ ଝିଅ ରୁ ପାଲି, ଏବେ ୪ବର୍ଷର ହେଲାଣି। ହେଲେ ସେ ଚାଲି ବୁଲି ପାରୁନି କି ବସିପାରୁନି ମଧ୍ୟ । କଥା ବାର୍ତ୍ତା ବି କିଛି କରୁନି ରୁପାଲି। କେବଳ ଦିନରାତି ବିଞ୍ଚଣାରେ ପଡିରହିଛି। ବେଳେବେଳେ ରାହାଧରି କାନ୍ଦୁଛି ରୂପାଲି । କିଏ କୋଳରେ ବସାଇ ଖୁଆଇ ଦେଲେ କିଛି ଖାଉଛି ।

ପରିବାରରେ ପ୍ରଥମେ ଝିଅଟିଏ ଜନମ ହେଲେ କେତେ ଖୁସି ହୋଇ ଥାନ୍ତି। ଘରକୁ ଲକ୍ଷ୍ମୀ ଆସିଲା ବୋଲି ମଧ୍ୟ କହିଥାନ୍ତି। ହେଲେ ରୁପାଲି ଜନ୍ମ ହେବାପରେ ତ୍ରିନାଥଙ୍କ ପରିବାରରେ ସତେ ଯେପରିଦଃଖର ବାଦଲ ମାଡି ଆସିଲା। ଜନ୍ମ ପରେ ତାର ବେକ ସିଧା ନ ହେବାରୁ ଘର ଲୋକେ ପ୍ରଥମେ ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନା ରେ ଭର୍ତ୍ତୀ କରିଥିଲେ ହେଲେ ଏଠାରେ ଡ଼ାକ୍ତର କିଛି ଦିନ ଚିକିତ୍ସା କରିବାପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ। ସେଠାରେ କିଛିଦିନ ଚିକିତ୍ସା କରିବାପରେ ସେଠାକାର ଡାକ୍ତର ଶିରା ସମସ୍ୟା ରହିଛି ଏଣୁ ବାହାରକୁ ନେବାକୁ କହିଥିଲେ।ପାଖରେ ଯାହା କିଛି ଟଙ୍କା ପଇସା ଥିଲା ଚିକିତ୍ସାରେ ସବୁ ସରିଗଲା। ଫଳରେ ଝିଅକୁ ଧରି ଗାଁ କୁ ଚାଲିଆସିଥିଲେ ତ୍ରିନାଥ ।
ସେହିଦିନଠାରୁ ରୁପାଲି ଘରେ ବିଞ୍ଚଣାରେ ଶୋଇଛି।

ତ୍ରିନାଥ ଜଣେ ଦିନ ମଜୁରିଆ । ମୁଲ ଲାଗିଲେ ପରିବାର ଚଳେ। ଆଗରୁ ସ୍ତ୍ରି ମାଧୁରୀ ମଧ୍ୟ ମୋ ସହ କାମ କୁ ଯାଉଥିଲା ଏବେ ଜଣେ ଘରେ ରହି ରୁପାଲିର ଦେଖା ଚାହାଁକରିବାକପଡୁଛି ବୋଲି କହିଛନ୍ତି ରୁ ପାଲିର ବାପା ତ୍ରିନାଥ ଡିଗଲ। ପଇସା ନ ଥିବାରୁ ରୁପାଲିକୁ ଡାକ୍ତର ଦେଖାଇବା ଲାଗି ବାହାରକୁ ନେଇ ପାରୁନାହିଁ।ନ୍ତି ତ୍ରିନାଥ ଏପଟେ ସରକାରୀ ସାହାଯ୍ୟ ମଧ୍ୟ କିଛି ନାହିଁ। କେବଳ ରୁପାଲିକୁ ଭତ୍ତା ମିଳିବା ସହ ମାସକୁ ୫ କେଜି ଚାଉଳ ମିଳୁଛି । ସରକାରୀ ସହାୟତା ପାଇ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କୁ ମଧ୍ୟ ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି ଏଯାଏ ।

ଗାଁରେ ତା ସାଙ୍ଗରେ ଜନ୍ମ ହୋଇଥିବା ଅନ୍ୟ ପିଲାମାନେ ଏବେ ଖେଳା ବୁଲା କରିବା ସହ ସ୍କଲ ଯାଇ ପାଠ ବି ପଢି ଲେଣି।ରୁପାଲି କିନ୍ତୁ ବିଞ୍ଚଣାରେ ପଡିଛିକଥା ପଦେ ବି କହିପାରୁନି ବୋଲି କୋହଭରା କଣ୍ଠରେ କହିଛନ୍ତି ତ୍ରିନାଥ ଓ ମାଧୁରୀ I ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିରୁ ପାଲି କୁ ଆର୍ଥୀକ ସହାୟତା ଯୋଗାଇଦେଲେ ଗୁପାଲି କୁ ବାହାରକୁ ନେଇ ବଡ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଇପାରନ୍ତେ, Iଫଳରେ ଅନ୍ୟ ପିଲାଙ୍କ ଭଳି ରୁପାଲି ମଧ୍ୟ ଖେଳି ବୁଲିପାରନ୍ତା ଆଉ ସ୍କୁଲ ଯାଇ ପାଠ ବି ପଢନ୍ତା ବୋଲି ଆଶା ରଖିଛନ୍ତି ତ୍ରିନାଥ ଓ ମାଧୁରୀ,

related posts

Leave a Comment