Home Breaking News / ତାଜା ଖବର ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ଝରୀଗାଁ ବିଧାୟକ

ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ଝରୀଗାଁ ବିଧାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଝରୀଗାଁ(ଜ୍ୟୋତି ପ୍ରକାଶ ଦାସ): କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ଝରବାହାଲ ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟି ଯାଇଥିଲା। ଏହି ଦୁର୍ଘଟଣା ରେ ଦୁଇ ଶିଶୁ ଙ୍କର ମୃତ୍ୟୁ ଘଟିଥିଲା ଏବଂ ଚାରି ଜଣ ଡାକ୍ତରଖାନା ରେ ଭର୍ତି ହୋଇ ଥିଲେ। ଆଜି ଝରୀଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ ନିଜେ ମୃତକଙ୍କ ପରିବାର ପାଖକୁ ଯାଇ ସମବେଦନା ଜଣାଇଥିଲେ। ଏବଂ ସମସ୍ୟାର କିପରି ସମାଧାନ ହେବ ସେ ବିଷୟରେ ଆଲୋଚନା କରିଥିଲେ। କିପରି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ରୁ ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ମିଳିବ ତାର ପ୍ରତିଶୁତି ଦେଇଥିଲେ। ଦୀର୍ଘ ସମୟ ଆଲୋଚନା ପରେ ସେ ମୃତକଙ୍କ ପରିବାର ସହିତ କଥା ହୋଇ ସମବେଦନା ଜଣାଇଥିଲେ।

ଚିକିତ୍ସା ଥିବା ଦୁଇ ଜଣ ଘରକୁ ଯାଇ ମଧ୍ୟ ଆଲୋଚନା କରିଥିଲେ ଏବଂ ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ବିଧାୟକ ଙ୍କ ଏହି ଗସ୍ତରେ ଜୋନ ସଭାପତି, ବଳରାମ ପଟନାୟକ, ଜୋନ 1 ସଭାପତି ଯୁବରାଜ ଜଗତ, ସାଂସଦ ପ୍ରତିନିଧି ପ୍ରମୋଦ ପାଢ଼ୀ, ବରିଷ୍ଠ ସମାଜ ସେବି ପୁରୁଷତ୍ତମ ପାରି… ବିଜୁ ଛାତ୍ର ଜନତାଦଳ ସଭାପତି ସଚିନ ଚୌହାନ, ଜିଲ୍ଲା ଛାତ୍ର ଉପସଭାପତି ସୁଶୀଲ ପୂଜାରୀ… ବରିଷ୍ଠ ବିଜେଡି ନେତା କାର୍ତ୍ତିକ ବାଗ ଏବଂ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

related posts

Leave a Comment