Home Breaking News / ତାଜା ଖବର ଜୁନାଗଡ଼ ଚାରଭାଟି ଠାରେ ନୂତନ ଧାନ ମଣ୍ଡି ଉଦଘାଟିତ

ଜୁନାଗଡ଼ ଚାରଭାଟି ଠାରେ ନୂତନ ଧାନ ମଣ୍ଡି ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁନାଗଡ(ରବି ଶଙ୍କର ସୁନାନୀ): କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଂଚାୟତର ଚାରଭାଟି ଠାରେ ନୂତନ ଧାନ ମଣ୍ଡି ଶୁଭ ଉଧଘାଟିତ ହୋଇଯାଇଛି ।ଅନେକ ବର୍ଷ ଧରି ଝାରବନ୍ଧ ,କନକ ପୁର ଏବଂ ଚାରଭାଟି ଗ୍ରାମର ଚାଷୀ ମାନେ ରାଜପୁର ମଣ୍ଡିରେ ଧାନ ବିକ୍ରି କରିଆସୁଥିଲେ ।ଯାହାକି ଚାଷୀ ମାନକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।ଏପରିକି ଦିନ ରାତି ଧାନକୁ ଜଗିବାକୁ ପଡୁଥିଲା ।ବର୍ତ୍ତମାନ ନିଜ ଗାଁ ରେ ଧାନ ମଣ୍ଡି ହୋଇଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଏହି ମଣ୍ଡି ହେବା ପରେ ଅଞ୍ଚଳର ଅନେକ ଚାଷୀ ସୁବିଧା ସୁଯୋଗ ପାଇ ପାରିବେ । ବର୍ତ୍ତମାନ ମଣ୍ଡିରେ କିଛି ମାତ୍ରାରେ ସମସ୍ୟା ରହିଥିଲେ ମଧ୍ୟ ତାହା ଯଥା ଶୀଘ୍ର ପୂରଣ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ ।

ବିଶେଷ କରି ବିଦ୍ୟୁତ ସଂଯୋଗ ନ ଥିବାରୁ ସନ୍ଧ୍ୟା ସମୟରେ ଧାନ ଲୋଡିଙ୍ଗ କରିବାରେ ଅସୁବିଧା ଦେଖା ଦେବ ଏଣୁ ସନ୍ଧ୍ୟା ସମୟରେ ଜେନେରେଟର ର ବ୍ୟବସ୍ଥା କରିବା ପାଇଁ ଧାନ କ୍ରୟ କରୁଥିବା ଅର୍ଣ୍ଣ ପୂର୍ଣା ସ୍ଵୟଂ ସହାୟକ ଗ୍ରୁପର ମହିଳା ମାନକୁ ଚାଷୀ ମାନେ କହିଥିଲେ ।ପ୍ରଥମ ଦିନରେ ଚାଷୀ ବିରଞ୍ଚି ନାଏକ ଙ୍କ ୮୮ କୁଇଣ୍ଟାଲ ୫୪ କେଜି ଧାନ ଓଜନ କରାଯାଇଥିଲା ।ଏହିକାର୍ଯ୍ୟକ୍ରମ ରେ ଜୁନାଗଡ ବି ଡି ଓ ତୁଳାରାମ ମାରାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ମଣ୍ଡିର ଶୁଭ ଉଧଘାଟନ କରିଥିଲେ ।

ଏଥିରେ ଜୁନାଗଡ ତହସିଲଦାର ବେଦ ବ୍ୟାସ ଭୋଇ ,ଏମ୍ ଆଇ ଦେବଧର ଧରୁଆ ,ଆର୍ ଏମ୍ ସି ସମ୍ପାଦକ ଟଙ୍କଧର ନ।ଏକ ,ସହକାରୀ ଯନ୍ତ୍ରୀ ଗୋବିନ୍ଦ ମହାରଣା ,ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ବେହେରା ,ରାଜପୁର ସରପଞ୍ଚ ଶିବ ପ୍ରସାଦ ଭୋଇ ,ସମିତି ସଭ୍ୟ ବିରଞ୍ଚି ନ।ଏକ ,ଶିକ୍ଷକ କନ୍ଦର୍ପ ନାଏକ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ଅର୍ଣ୍ଣ ପୂର୍ଣା ଗ୍ରୁପର ସଭାନେତ୍ରୀ ଭୂମିସୁତା ନାଏକ ,ସଂପାଦିକା ନିରୂପମା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ବାଗ ,ଉପେନ୍ଦ୍ର ନ।ଏକ ,ସୁରେନ୍ଦ୍ର ପଟେଲ ,ଦଶରଥ ନାଏକ ,ମଳୟ ସୁନାନୀ ଏବଂ ରମାକାନ୍ତ ଭୋଇ ସହଯୋଗ କରିଥିବା ବେଳେ ଯୁବ ନେତା ବିଶ୍ବମ୍ବର ଦଳେଇ ଧନ୍ୟବାଦ ଜଣାଇଥିଲେ ।

related posts

Leave a Comment