Home Breaking News / ତାଜା ଖବର ପ୍ରଶାସନ ଶୁଣିଲାନି: ଶେଷରେ ବାଉଁଶ ନଳୀରେ ଗାଁକୁ ପାଣି ଆଣିଲେ ଗ୍ରାମବାସୀ

ପ୍ରଶାସନ ଶୁଣିଲାନି: ଶେଷରେ ବାଉଁଶ ନଳୀରେ ଗାଁକୁ ପାଣି ଆଣିଲେ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ପ୍ରଶାସନ ପାଖରେ ପାଣି ମୁନ୍ଦି ଏ ପାଇ କେତେ ଯେନେହୁରା ହେଲେ, ବଢି ମାହା ଗ୍ରାମବାସୀ । ତଥାପି ଶୁଣିଲାନି ପ୍ରଶାସନ ଲ ଶେଷରେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ନିଜପାଇଁ ନିଜେ ପିଇବାପାଣି ସୁବିଧା କଲେ ଗ୍ରାମବାସୀ l ସରକାର ପ୍ରତ୍ୟେକ ଗାଁକୁ ଯୋଜନା ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରୁଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଏବେବି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ଲୋକଙ୍କୁ ମୁନ୍ଦାଏ ବିଶୁଦ୍ଧ ପାଣି ମିଳୁନି l
ଏନେଇ ଲୋକପ୍ରତିନିଧି ବିଧାୟକଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ଫଳ ସୁନ । ଶେଷରେ ଅତିଷ୍ଠ ହୋଇ ନିଜ ପାଇଁ ନିଜେ ପିଇବା ପାଣି ସୁବିଧାକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ରାଇକିଆ ବ୍ଲକ , ସୁଗଡବାଡୀ ପଞ୍ଚାୟତ ର ବୁଢିମାହା ଗ୍ରାମବାସୀ । ସୁଗଡମାହା ପଂଚାୟତ ର ସଦର ମକଢମା ପାହାଡ଼ ପାଦ ଦେଶରେ ରହିଛି ବଢୀମାହା ଗାଁ। ଏହି ଗାଁ ରେ 250 ରୁ ଉର୍ଦ୍ଧ ଲୋକ ମାନେ ବସବାସ କରୁଛନ୍ତି।ଗାଁ କୁ ରାସ୍ତା ନ ଥିବା ବେଳେ ଆହୁରି ବିଭିନ୍ନ ସମସ୍ୟା ମଧ୍ୟ ରହିଛି।

ହେଲେ ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ । ଗାଁ ରେ ନଳକୂପ ଟିଏ ନ ଥିବା ବେଳେ ପାଖରେ ନଦୀ ନାଳ ମଧ୍ୟ ନାହି। ଗ୍ରୀଷ୍ମ କାଳରେ ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହୁଅନ୍ତି। ଗ୍ରୀଷ୍ମ କାଳରେ ରେ ପ୍ରାୟ ଅଧ କିଲୋମିଟର ମକଡ଼ମା ପାହାଡ଼ ଝରଣାରୁ ପିଇବା ପାଣି ସଂଗ୍ରହ ଥାନ୍ତି। ପାଣି ସମସ୍ୟା ବିଷୟରେ ଗ୍ରାମବାସୀ ସମସ୍ତେ ମିଶି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସୁଗଡବାଢ଼ି ସରପଂଚଙ୍କୁ ମଧ୍ୟ ଲିଖିତଭାବେ ଅଭିଯୋଗ କରାଯାଇ ଥିଲା, କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ , ଗାଁର ସମସ୍ତ ଲୋକେ ଏକତ୍ରିତ ହୋଇ ବୈଠକ କରିଥିଲେ ଓ ପାହାଡି ଝରଣାରୁ ବାଉଁଶ କୁ ବାଉଁଶ ଯୋଡି ଅଧ କିଲୋମିଟର ଦୂରରେ ଥିବା ପାହାଡରୁ ନିଜ ଗାଁ କୁ ପିଇବା ପାଣି ଆଣିଲେ। ଏହି କାମରେ ଗାଁର ପିଲା ଠୁ ବୁଢ଼ା ସାମିଲ ହୋଇଥିଲେ କାମ ଶେଷ କରିବାକୁ ପ୍ରାୟ 10 ଦିନ ଲାଗିଥିଲା। ଆଜି ବାଉଁଶ ନଳ ସାହାଯ୍ୟରେ ପାଣି ଗାଁରେ ପହଂଚି ଥିବାରୁ , ଗ୍ରାମବାସୀ ହାତ ପାହାନ୍ତାରେ ପିଇବା ପାଣି ପାଇ ବହୁତ ଖୁସି ଅନୁଭବ କରିଛନ୍ତି। ବାରମ୍ଵାର ଅନୁରୋଧ ପରେ ମଧ୍ୟ ଯାହା ପ୍ରଶାସନ କରିପାରିଲାନି ନିଜର ଇଚ୍ଛା ଶକ୍ତି ଓ ଉଦ୍ୟମ ବଳରେ ଅସାଧ୍ୟ କାମକୁ ସ୍ୱଳ୍ପ ବ୍ୟୟରେ ଏହି ଗ୍ରାମର ଲୋକେକରି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। l କନ୍ଧମାଳ ଜ଼ିଲ୍ଲାରେ ଏବେବି ଅନେକ ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଅପହଞ୍ଚ ତେବେ ଜ଼ିଲ୍ଲା ପ୍ରଶାସନ କେବେ ଏଥିପ୍ରତି ଦୃଷ୍ଟିଦେଉଛି ତାହା ଦେଖିବାର କଥା।

related posts

Leave a Comment