Home Breaking News / ତାଜା ଖବର ପାଠକଙ୍କ ପାଠଶାଳାରେ କେଉଁମାନେ ପଢ଼ିଛନ୍ତି ପାଠ: ପାଠକଙ୍କ ଲିଙ୍କ ନେଇ କନ୍ଧମାଳ ଜିଲ୍ଲାର ବନ ବିଭାଗ ଅଫିସର ଓ କର୍ମଚାରୀ ଛାନିଆ

ପାଠକଙ୍କ ପାଠଶାଳାରେ କେଉଁମାନେ ପଢ଼ିଛନ୍ତି ପାଠ: ପାଠକଙ୍କ ଲିଙ୍କ ନେଇ କନ୍ଧମାଳ ଜିଲ୍ଲାର ବନ ବିଭାଗ ଅଫିସର ଓ କର୍ମଚାରୀ ଛାନିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କୋଟି କୋଟି ଟଙ୍କାର ଆୟ ବହି ଭୁତ ସଂପତ୍ତି ଠୁଳ କରିବା ମାମଲାରେ ଅତିରିକ୍ତ ପିସିସିଏଫ୍ ପାଠକ ବାପପୁଅ ଗିରଫ ପରେ ଏବେ କନ୍ଧମାଳ ଜିଲ୍ଲାରେ ବନ ବିଭାଗ ଅଧିକାରୀମାନଙ୍କ ମଧ୍ୟରେ ଛନକା ପଶି ଯାଇଛି। ଗତକାଲିଠୁ ନିଦ ହଜିଯାଇଥିବା କୁହାଯାଇଛି ଅତିରିକ୍ତ ପିସିସିଏଫ୍ ଅଭୟପାଠକ ଗତ ଅଢେଇ ବର୍ଷ ହେଲା ରାଜ୍ୟର ଯୋଜନା,ବନୀକରଣ, ଓ କାର୍ଯ୍ୟକ୍ରମ ଦାୟିତ୍ଵରେ ଥିବା ରୁ କନ୍ଧମାଳ ଜିଲ୍ଲାରେ ଥିବା ବାଲିଗୁଡା ଓ ଫୁଲବାଣୀ ବନ ବିଭାଗକୁ ବନୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ କ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଅନୁଦାନ ଦେଇଥିଲେ କୁଆଡୋ ଫଳରେ ଏହି ବନ ବିଭାଗ ଅଧିକାରୀଙ୍କ ସହ ପୀଠକ ଲିଙ୍କ ଥିବା ନେଇ ଭିଜିଲାନ୍ସ ସନ୍ଦେହ କରୁଛି, I ତେବେ ପାଠକ ବାପପୁଅଙ୍କ ଅଧିକ ତଦନ୍ତ ପାଇ ଏବେ ସରକାର ଏସ.ଆଇଟି କୁ ତଦନ୍ତ ଦାୟିତ୍ଵ ଦେବା ପରେ ଅଧିକ ଛାନିଆ ହୋଇ ଗଲେଣିକୁଆଡ଼େ ଏହି ଅଧିକାରୀମାନେ।

କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଫୁଲବାଣୀଠାରେ ଦୁଇଟି ବନ ବିଭାଗର ଡିଭିଜନ କାର୍ଯାଳୟ ରହିଛି, Iଆଉ ଏହି ଦୁଇଟି ଡିଭିଜନରେ ନର୍ସରୀ ପ୍ରତିଷ୍ଠା,ବନୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ହେରଫେର ସାଙ୍ଗଙ୍କୁ ଅନିୟମିତତା ହୋଇ ଥିବା ପୁର୍ବରୁଅଭିଯୋଗ ହୋଇଆସୁଥିଲା ।
ଏବେ ପାଠକ ବାପପୁଅ ଆୟ ବହି ଭୃତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ ଯିବାପରେ ଜିଲ୍ଲାର ବନ ବିଭାଗ ଅଫିସର ଓ କର୍ମଚାରୀ ଭୟଭୀତ ହୋଇ ପଡିଥିବା ଶୁଣିବାକୁ ମିଳୁଛି । ହେଲେ ଏସଆଇଟି ଟିମ ପାଠକ ଲିଙ୍କକୁ ନେଇ କଣ ତଦନ୍ତ କରୁଛନ୍ତି ତାହା ଆଗକୁ ଜଣାପଡିବ ।

ତେବେ ବରୀଷ୍ଟ ଆଇଏଫଏସ ଅଧିକାରୀ ପାଠକ ଲିଙ୍କକୁ ନେଇ କନ୍ଧମାଳ ସମେତ ରାଜ୍ୟରେ ଥିବା ସମସ୍ତ ବନ ବିଭାଗର ଡିଭିଜନ କାର୍ଯ୍ୟାଳୟ ଗୁଡ଼ିକ ଛାନଭିନ କରିବାଲାଗି ସମାଜସେବୀ ମହମଦ୍ଦ ଜିଆ ଉଦ୍ଦିନ ଦାବୀ କରିଛନ୍ତି।

related posts

Leave a Comment