Home Breaking News / ତାଜା ଖବର ପ୍ରଶାସନିକ ଅଧିକାରୀମାନେ ଲୋକପ୍ରତିନିଧିଙ୍କ କଥା ଶୁଣୁ ନ ଥିବା ଅଭିଯୋଗ

ପ୍ରଶାସନିକ ଅଧିକାରୀମାନେ ଲୋକପ୍ରତିନିଧିଙ୍କ କଥା ଶୁଣୁ ନ ଥିବା ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ପ୍ରଶାସନିକ ଅଧିକାରୀମାନେ ଲୋକପ୍ରତିନିଧୂମାନଙ୍କ କଥା ଶୁଣୁ ନ ଥିବା ଅଭିଯୋଗ ହେଉଛି । ଫଳରେ ଜିଲ୍ଲାରେ ଉନ୍ମୟନ ମୂଳକ କାର୍ଯ୍ୟ ଆଗେଇ ପାରୁନ ଥିବା ଦେଖିବାକୁ ମିଳିଛି। ଫଳରେ ଗରୀବ ଲୋକେ ସୁଫଳ ପାଇପାରୁନାହିଁନ୍ତି। ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି।

ବାଲିଗୁଡ଼ା ବିଡିଓ ପଞ୍ଚାୟତ ଲୋକ ପ୍ରତିନିଧ୍ଵ ମାନଙ୍କ କଥା ଶୁଣୁ ନ ଥିବା, ବ୍ୟାପକ ଦୁର୍ନିତି ଅନିୟମିତତା, ପ୍ରିୟା ପ୍ରିତି ତୋ ଷଣ କାରବାର ଚଲାଇଥିବା ଅଭିଯୋଗ କରିବାସହ ବିଡିଓ ଙ୍କବଦଳୀ ଦାବୀ କରି ଗତ ୨୬ଦିନ ହେଲାବାଲିଗୁଡ଼ା ବ୍ଲ୍କ କ ସମ୍ମୁଖରେ ଗଣ ଧାରଣାରେ ବସିବା ପରେ ବ୍ଲ୍କକ ଅଫିସରେ ତାଲା ମଧ୍ୟଠୁକି ଦେଇଥିଲେ। ଫଳରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବିଡିଓଙ୍କ ବଦଳୀ ପାଇଁ ୭ଦିନ ସମୟ ଦେବାକୁ କହିବା ପରେ ଆନ୍ଦାଳନ ପ୍ରତ୍ୟାହୃତ ହୋଇଥିଲା।

ସେହିପରି ଖଜୁରୀପଡ଼ା ବ୍ଲକରେ ମଧ୍ୟ ବିଡିଓ କୁ ଆଡେ ପଞ୍ଚାୟତ ସମିତି ଅଧ୍ଯକ୍ଷଙ୍କୁ ଅଣଦେଖା କରୁଥିବା ନେଇ ଶୁଣିବାକୁ ମିଳିଛି । ଫଳରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣା ପଡିଛି। ସେହିପରି ଜି ଉଦୟଗିରି ବ୍ଳକରେ ମଧ୍ୟ ପୂର୍ବରୁ ଏ ଭଳି ଅବସ୍ଥା ସୃଷ୍ଟି ହୋଇଥିଲା। ମାମଲା ଯାଇ ଥାନାରେ ମଧ୍ୟ ପହଞ୍ଚିଥିଲା । ଶେଷରେ ବିଡିଓଙ୍କ ବଦଳାହୋଇଥିଲା। ଜିଲ୍ଲାରେ ଏଭଳି ଅନେକ ସ୍ଥ।ନରେ ପ୍ରଶାସନିକ ଅଧିକାରୀମାନଙ୍କ ସହ ସୁସଂପର୍କ ନ ଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି । ଏଣୁ ପ୍ରଶାସନିକ ଅଧିକାରୀମାନେଲୋକପ୍ରତିନିଧି ଙ୍କ ସହ ସସଂପର୍କ ରଖି ଏକ ମନ, ଏକ ପ୍ରାଣହୋଇ କାର୍ଯ୍ୟ ନ କଲେ ଜିଲ୍ଲାରେ ଉନ୍ନତି ଅସ୍ବମ୍ଭବ ହୋଇ ପଡିବାଏଣୁ, ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ଜରୁରୀ ହୋଇ ପଡିଛି ।

related posts

Leave a Comment