Home Breaking News / ତାଜା ଖବର ଅପରେସନ ନୀଳଜହର: ୨୦୦ କୋଟିଟଙ୍କାରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କଲାଣି ପୋଲିସ ଓ ଅବକାରୀ ବିଭାଗ

ଅପରେସନ ନୀଳଜହର: ୨୦୦ କୋଟିଟଙ୍କାରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କଲାଣି ପୋଲିସ ଓ ଅବକାରୀ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା(ପ୍ରମୋଦ ଦଣ୍ଡସେନା): କନ୍ଧମାଳରେ ଅପରେସନ ନୀଳଜହର l କନ୍ଧମାଳରୁ ଗଂଜେଇ ଚାଷକୁ ସମୂଳେ ଧ୍ବଂସ କରିବାପାଇଁ ପୋଲିସ ଓ ଅବକାରୀ ବିଭାଗ ପ୍ରତ୍ୟେକ ଦିନ ଗଂଜେଇ ବଗିଚାରେ ପଶିନଷ୍ଟ କରୁଛି l ପୁଣି କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ଅବକାରୀ ଏସ ଆଇ ନିରୁପମା ପ୍ରଧାନ ମିଳିତ ଭାବେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ମନୋଜ କୁମାର ଦେବତାଙ୍କ ଉପସ୍ଥିତିରେ ସାଇନପଡା ଅଂଚଳର ବିଞ୍ଜରକୁଟି ଓ ଦାଉଙ୍ଗିଆ ଅଂଚଳର 190 ଏକର ସରକାରୀ ଜମିରେ ଚାଷ ହୋଇଥିବା 19 କୋଟିରୁ ଉର୍ଦ୍ଧ ଟଙ୍କାର ବେଆଇନ ଗଂଜେଇ ଚାଷକୁ କାଟି ପୋଡି ଦେଇଛି ଏବଂ କ ନୂଆଗାଁ ଥାନାରେ ଏନ ଡି ପି ଏସ ଆକ୍ଟରେ ମାମଲା ରୁଜୁ ହୋଇଛି l

ବର୍ତ୍ତମାନ ସୁଦ୍ଧା ଜ଼ିଲ୍ଲାରେ ପ୍ରାୟ ଦୁଇହଜାର ଏକର ସରକାରୀ ଓ ଜଙ୍ଗଲଜମିରୁ ଦୁଇଶହ କୋଟି ଟଙ୍କାରୁ ଉର୍ଦ୍ଧ ବେଆଇନ ଗଂଜେଇ ଚାଷ ନଷ୍ଟ କଲାଣି ଆଗକୁ ପୁଣି ଏହି ଅଭିଯାନ ଚାଲୁ ରହିବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ କହିଛନ୍ତି l ଗଞ୍ଜେଇ ଚାଷକୁ ପ୍ରତ୍ୟେକ ବର୍ଷ କାଟୁଥିଲେ ବି ପୁଣି ସେହି ସ୍ଥାନରେ ଚାଷ ହେଉଛି l ଗଂଜେଇ ଚାଷରେ ବଡ ବଡ ହସ୍ତୀ ଚାକିରୀଆ ରାଜନେତାର ସମ୍ପୃକ୍ତି ଆସୁଥିବା ଅଭିଯୋଗ ହେଉଛି l ପୋଲିସ ଏକର ଏକର ସରକାରୀ ଜମିରୁ ଗଂଜେଇ ନଷ୍ଟକରି ବେନାମୀଭାବେ ମାମଲା ରୁଜୁ କରିଚୁପ ବସିଛି ଏଯାଏଁ ପୋଲିସ କିମ୍ବା ଅବକାରୀ ବିଭାଗ ମାଷ୍ଟର ମାଇଣ୍ଡ ପାଖରେ ପହଂଚି ପାରିନି l

ଗଂଜେଇ ଚାଷକୁ ଜଳ ସେଚନ ପାଇଁ ସରକାରୀ ଅନୁଦାନରେ କଂକ୍ରିଟ କେନାଲ ଦ୍ୱାରା ପାଣି ମଡ଼ାହେଉଥିବା ଦେଖିବାକୁ ମିଳିଛି ଏହିପରି ଜ଼ିଲ୍ଲାର ଅନେକ ପଂଚାୟତରେ ଗଂଜେଇ ଚାଷରେ ସରକାରୀ ଅନୁଦାନ ଲାଗିଥିବା ଅଭିଯୋଗ ହେଉଛି ଏହାର ତଦନ୍ତ କରାଗଲେ ବହୁ ଗୁମର କଥା ପଦାକୁ ଆସିବ l ହଜାର ହଜାର ଏକର ସରକାରୀ ଜମିରେ ବେଆଇନ ଗଂଜେଇ ଚାଷ ହେଉଥିଲେ ବି ପ୍ରଶାସନ କେମିତି ଜାଣି ପାରୁନି ସେନେଇ ପ୍ରଶ୍ନ ଉଠୁଛି l

related posts

Leave a Comment