Home Breaking News / ତାଜା ଖବର ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସାଂସଦ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସାଂସଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୂରଭଞ୍ଜ( ଅବିନାଶ ମହାନ୍ତି): କରୋନା ଆଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି ସ୍ୱାସ୍ଥ୍ୟସେବା। ଚିକିତ୍ସା ଅବହେଳା ରୁ ପୁଣି ରୋଗୀ ମୃତ୍ୟୁ ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘଟିଛି ଏ ଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତ ଇଦର ଗ୍ରାମର ନାରାୟଣ ଚପେୟର(ବୟସ-୨୫) ନାମକ ଜଣେ ଯୁବକ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ନିକଟସ୍ଥ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ଡ୍ୟୁଟି ରେ ଥିବା ଡାକ୍ତର ରୋଗୀ ଙ୍କୁ ପ୍ରାଥମିକ ଚିକିତ୍ସା ନ କରି ପ୍ରଥମେ କରୋନା ଟେଷ୍ଟ କରିଥିଲେ ଏବଂ ରୋଗୀ ଗୁରୁତର ଥିବା କହି ତୁରନ୍ତ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ କୁ ସ୍ଥାନାନ୍ତର କରିଥିଲେ।

ଅନ୍ୟ ପକ୍ଷରେ ୧୦୮ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜ ଯାଇ ନ ପାରି ରୋଗୀ ଜଣଙ୍କ ମୃତ୍ୟୁବରଣ କରିଥିଲେ। ଗୁରୁବାର ରୋଗୀ ଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଡାକ୍ତର ଙ୍କ ଅବହେଳା ଓ ଚିକିତ୍ସା ଅବହେଳା ରୁ ରୋଗୀ ମୃତ୍ୟୁ ଅଭିଯୋଗ କରି କିଷାନତାଣ୍ଡି ଡାକ୍ତରଖାନାରେ ହୋହଲ୍ଲା କରିବା ସହ ଡ୍ୟୁଟି ରେ ଥିବା ଡାକ୍ତର ସୁକୁମାର ବାଗ ଙ୍କ ବଦଳି ପାଇଁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ମୟୁରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମେଡ଼ିକାଲ ଅଫିସ ର ଙ୍କ ସହ ଘଟଣା ବାଵଦରେ ଆଲୋଚନା କରିଛନ୍ତି। ବିଭିନ୍ନ ପ୍ରକାର ଅବ୍ୟବସ୍ଥା ପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ସାଂସଦ ।

ସେପଟେ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଙ୍କୁ ଘଟଣା ବାବଦରେ ପଚାରିବାରୁ ରୋଗୀ ଗୁରୁତର ଥିଲେ ଏବଂ ରୋଗୀଙ୍କ ସମ୍ପର୍କୀୟ ରୋଗୀ ଙ୍କୁ ଚିକିତ୍ସା ନ କରି ଆମ୍ବୁଲାନ୍ସ ଯୋଗେ ଘୋରଇ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଯିବାକୁ ଜିଦ ଧରିଥିଲେ। ତେବେ ଡ୍ୟୁଟି ରେ ଥିବା ଡାକ୍ତର ସୁକୁମାର ବାଗ ଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ସି ଡି ଏମ୍ ଓ କୁ ଅବଗତ କରାଇବେ ବୋଲି କହିଛନ୍ତି ମେଡ଼ିକାଲ ଅଫିସର ସଂଗ୍ରାମ କେଶରୀ ସାହୁ କହିଛନ୍ତି। ତେବେ କାର୍ଯ୍ୟରତ ଡାକ୍ତର ନାରାୟଣ ଙ୍କୁ କୈ।ଣସି ଔଷଧ ଇଞ୍ଜେକ୍ସନ ଦେଇନଥିବା ବେଳେ ମୃତ୍ୟୁ ଖବର ପାଇ ପ୍ରାଥମିକ ଚିକିତ୍ସା ସ୍ୱରୂପ ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦିଆଯାଇଥିବାର ମିଛ ରିପୋର୍ଟ ପ୍ରସ୍ତୁତ କରିଥିବାର ଖବରପାଇ ଆଜି ପରିବାର ଲୋକେ ଓ ଗ୍ରାମବାସୀ ଏହାକୁ ବିରୋଧ କରି ସିସିଟିଭି କେମେରା ଯାଞ୍ଚ କରିବା ସହିତ ଉକ୍ତ ଡାକ୍ତର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

related posts

Leave a Comment