Home Breaking News / ତାଜା ଖବର ଫୁଲବାଣୀ ବିଏଡ କଲେଜ ବନ୍ଦ ନିଷ୍ପତ୍ତିକୁ ବିଭିନ୍ନ ସଂଗଠନର ବିରୋଧ

ଫୁଲବାଣୀ ବିଏଡ କଲେଜ ବନ୍ଦ ନିଷ୍ପତ୍ତିକୁ ବିଭିନ୍ନ ସଂଗଠନର ବିରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ଚଳିତବର୍ଷ ଠାରୁ ରାଜ୍ୟର କେତକ ବି .ଏ ଡ କଲେଜ ବନ୍ଦ କରିବାଲାଗି ନିଷ୍ପତ୍ତି ନେଇଛନ୍ତି। ସେ ଥିମଧ୍ୟରେ ଫୁଲବାଣୀ ସରକାରୀ ବିଏଡ କଲେଜ ରହିଛି । ଫଳରେ ଏହାକୁ ନେଇ କନ୍ଧମାଳ ଜିଲ୍ଲା ର ବୁଦ୍ଧିଜିବୀ , ଶିକ୍ଷାବିତ୍ ଛାତ୍ରଛାତ୍ରୀ, ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।
ଗତକାଲି ମିଳିତ ନାଗରୀକ କମିଟି ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ପରିସରରେ ବିଏଡ଼ କଲେଜ ବନ୍ଦ କୁ ନେଇ ସଭାପତି ଡ.ଅରୁପ 6ଜନାଙ୍କ ସଭାପତି ତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ। । ଏଥିରେ ସମାଜ ସେବୀ ଅଶୋକପରୀଡା ଯୋଗ ଦେଇ ବି ଏଡ କଲେଜ ବନ୍ଦ ନିଷ୍ପତ୍ତିରୁ ସରକାର ନ ଓହରି ଲେ ଆଗାମୀ ଦିନରେ ଏହାକୁ ନେଇ ବିରାଟ ଜନଆନ୍ଦୋଳନ କରାଯିବ ବୋଲି ଚେତାବ ନୀ ଦେଇଥିଲେ । ଏନେଇ ଏକ ଦ। ବୀପତ୍ର ମଧ୍ୟ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲା ନାଗରୀକ କମିଟି I

ସେହିପରି କନ୍ଧମାଳ ପିପୁଲ୍ସ ଫରୋମ ର ଆବାହକ ସୁନୀଲ ପଟ୍ଟନାୟକ, ସଭାପତି ରାଧାମୋହନ ମହାପାତ୍ର. ସମାଜସେବୀ ତଥା ସାମ୍ବାଦିକ ସନ୍ତୋଷଡିଗଲ .ମହମଦ୍ଦସାକିଲ ପ୍ରମୁଖ ସରକାର ଫୁଲ ବାଣୀରେ ଥିବା ବି ଏତକଲେଜକୁ ବନ୍ଦକରି ବାକୁ ନେଇଥିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଧମକ ଦେଇଛନ୍ତି। ସରକାରଙ୍କ ଏଭଳି ଭୁଲ ନିଷ୍ର୍ତ୍ତତ୍ତିକୁ କନ୍ଧମାଳ
ପିପୁଲ ସ ଫୋରମ ତୀବ୍ର ନିନ୍ଦା କରିଛି।

ଆଦିବାସୀ ଅଧୂଷିତ ତଥା ପଛୁଆ ଜିଲା ଭାବେ ପରିଗଣିତ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଗତ ୨୦୦୮ ମସିହାରେ ୧୦ ଏକର ସ୍ଥାନରେ ବି ଏଡ କଲେଜ ପ୍ରତିଷ୍ଠା କରିଥିଲେ। ଉନ୍ନତମାନର ଶ୍ରେଣୀଗୃହଠାରୁ ହଷ୍ଟେଲ, ଅଡିଟରିୟମ , କ୍ୱାଟରସ, ଆଦିର ବ୍ୟବସ୍ଥା ଅଛି । ଗତ ୧୨ ବର୍ଷରେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପାସ କରି ନିଜ ଭବିଷ୍ୟତ ଗଠନ କରିଛନ୍ତି। ହେଲେ ବର୍ତ୍ତମାନ କଲେ ଜରେ ଅଧ୍ଯକ୍ଷ ଙ୍କୁ ମିଶାଇ ଦୁଇଜଣ ଷ୍ଟାଫ ଅଛନ୍ତି।ନୁଚନ ଅଧ୍ୟାପକ ନିଯୁକ୍ତି ଦେବା ବଦଳରେ ସରକାର ଏହାକୁ ବନ୍ଦକରିବାକୁ ନେଇଥିବା ନିଷ୍ଠତ୍ତି ଆଦୌ ସ୍କୃ ହଣୀୟ ନୁହେଁ ବୋଲି ବରିଷ୍ଠ ବିଜେପି ନେତା କମଳାକାନ୍ତ୍ର ପାଣ୍ଡେ, କୁଇ ସମାଜ ସମନ୍ନୟ ସମିତି । ସାଧାରଣ ସଂପାଦକ ତଥା ବରୀଷ୍ଟ ଆଇନଜୀବୀ ଲମ୍ୱୋଦର କହଁର,ଭଗବାନ ମହାନ୍ତି, ସତ୍ୟନାରାୟଣ ବେହେରା, ଶିକ୍ଷାବିତ ଅନନ୍ତ ମିଶ୍ର. ଆଇନଜିବା ବିଜୟ ପଟନାୟକ ପ୍ରମୁଖ କହିଛନ୍ତି । ସରକାର ଏହାକୁ ପୁଣିଥରେ ପୁର୍ନବିଚାର କରିବା ଦରକାର ବୋଲି ସେମାନେ କହିଛନ୍ତି ।

related posts

Leave a Comment