Home Breaking News / ତାଜା ଖବର କୃଷି ଓ ଗୋପାଳନ ସଂପର୍କରେ ଦୁଇଦିନିଆ ତାଲିମ ଶିବିର

କୃଷି ଓ ଗୋପାଳନ ସଂପର୍କରେ ଦୁଇଦିନିଆ ତାଲିମ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଗ୍ରାମାଞ୍ଚଳର ଗରୀବ ଲୋକମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କନ୍ଧମାଳ ଜିଲ୍ଲା ଜଳ ଛାୟା ଉନ୍ନୟନ୍ନ ପ୍ରକଳ୍ପ ପକ୍ଷରୁ ଖଜୁରୀପଡ଼ା ବ୍ଳକର ଗେଡ୍ରିପାଜୁ ଗ୍ରାମରେ ଦୁଇଦିନିଆ ତାଲିମ ପ୍ରଦାନ କରାଯାଇଥିଲା। ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିଷ୍ଠାପର ଉଦ୍ୟମ । ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ସାଙ୍ଗକୁ ନୂତନ ଜ୍ଞାନକୌଶଳ ଯୋଗୁଁ ଲକ୍ଷ୍ୟ ସାଧିତ ହୋଇପାରିଛି ବୋଲି ହିତାଧିକାରୀମାନେ ମତ ବ୍ୟକ୍ତ କରିଥିଲେ।

ବିଶେଷକରି ଉନ୍ନତ ଧରଣର କୃଷି ଓ ଉଦ୍ୟାନ ଭିତ୍ତିକ କୃଷି ଓ ଗୋପାଳନ, ଛେଳି ପାଳନ ଉପରେ ଗ୍ରାମର ସମସ୍ତ ଲୋକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜଳଛାୟା ବିଭାଗ ପକ୍ଷରୁ ଗ୍ରାମର ୧୦୬ ଜଣ ହିତାଧିକାରୀ ଙ୍କ ସେମାନଙ୍କ ଆଗ୍ରହ ଓ ଅଭିଜ୍ଞତା ପ୍ରକାରେ ଉନ୍ନତମାନର ଗାଇଓ ଛେଳି କିଣିବାପାଇ ଅର୍ଥ ପ୍ରଦାନ କରାଯାଇଥିଲା ।
ଏହି ତାଲିମ ଶିବିରରରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଏସ .ପଟନାୟକ, ପି.ଆଇ ଏ ଇଂ କବିର ପ୍ରସାଦ ରାଉତ, ସହକାରୀ କୃଷି ଅଧିକାରୀ, ଖଜୁରିପଡ଼ା, ସହକାରୀ ଉଦ୍ୟାନ ଅଧିକାରୀ ଖଜୁରୀପଡା, ଓଏସ ସିଇ.ଡବ୍ଲ୍ ମନୋରଂଜନ ବେହେରା ଙ୍କ ସମେତ ବହୁ ଅଧିକାରୀ ମାନେ ବିଭାଗ ପକ୍ଷରୁ ହିତାଧିକାରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ଲାଗି ପ୍ରତିଶୃତି ଦେଇଥିଲେ। ସରକାରଙ୍କ କ ରୋନା କଟକଣା କୁ ମାନି ତ।ଲିମ ଶିବୀର ଆୟୋଜନ କରାଯାଇଥିଲା।

related posts

Leave a Comment