Home Breaking News / ତାଜା ଖବର କାଳ ହେଲା ସକାଳ କୁହୁଡି

କାଳ ହେଲା ସକାଳ କୁହୁଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର: କାମାକ୍ଷାନଗର ଥାନା ମହୁଲପାଳ ଗାଁ ଭିତର ଦେଇ ଯାଇଥିବା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଏଟିକା କାରକୁ ପିଟିଲା ଦ୍ରୁତଗାମୀ ଟ୍ରକ । ଦୁଇ ଗାଡି ଧକ୍କା ହେବା ପରେ ରାସ୍ତା କଡରେ ଥିବା ବିଜୁଳି ଖୁଣ୍ଟ ସହିତ ପିଟି ହୋଇଥିଲା ଟ୍ରକ୍ । ଫଳରେ ବିଜୁଳି ଖୁଣ୍ଟି ବଙ୍କା ହୋଇରହିଛି । ରାସ୍ତା ଉପରେ ଓହଳି ପଡିଛି ବିଜୁଳି ତାର । ରାସ୍ତା ଉପରେ ଦୁଇ ଗାଡି ଫସି ରହିବା ପରେ ରାସ୍ତା ଜାମ ହୋଇଛି । କାମାକ୍ଷାନଗର ଥାନା ପୋଲିସ ପହଁଚି ଦୁର୍ଘଟଣା ଘଟାଇଥିବା ଗାଡି ଦୁଇଟିକୁ ଜବତ କରିଛି । ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ମହୁଲପାଳ ଗାଁ ଭିତରେ ଯାଇଥିବା ରାଜ୍ୟ ରାଜପଥରେ ଦୀର୍ଘ ଘଣ୍ଟା ଧରି ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ପୁରା ଅଞ୍ଚଳକୁ ବିଜୁଳୀ ଯୋଗାଣ ବିଛିନ୍ନ କରି ଫସି ରହିଥିବା ଗାଡିକୁ ରାସ୍ତାରୁ ହଟାଇବା କାମ କରୁଛି ପୋଲିସ ।

related posts

Leave a Comment