Home Breaking News / ତାଜା ଖବର ପୁର୍ବତନ ବିଜେପି କାଉନସିଲରଙ୍କ ପରଲୋକ

ପୁର୍ବତନ ବିଜେପି କାଉନସିଲରଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲ ବାଣୀ ସହରର ଜଣାଶୁଣା ବିଜେପି ନେତା, ପୂର୍ବତନ କାଉନସିଲର ତଥା ସମାଜସେବା ଏଲ.ତ୍ରିନାଥ ପାତ୍ରଙ୍କ ଶୁକ୍ରବାର ଆଜି ଭୁବେନଶ୍ଵରସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଦିନ ୧୨ ଟା ସମୟରେ ପରଲୋକ ହୋଇ ଯାଇଛି । ସ୍ଵର୍ଗତ ପାତ୍ର ଗତ ଦୁଇଦିନ ତଳେ ବାସଭବନରେ ପଡିଯିବା ଫଳରେ ମୁଣ୍ଡରେ ଆଘାତ ଲାଗିଥିଲା. I ଫଳରେ ତା ଙ୍କୁ ଭୁବେନେଶ୍ଵର ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା ହେଲେ ଆଜି ତାଙ୍କର ପରଲୋକ ଘଟିଥଲା।
ତାଙ୍କର ମୃତ୍ୟୁରେ ସହରରେ 6 ଶାକର ଛାୟା ଖେଳିଯାଇଛି। ସ୍ବର୍ଗତ ପାତ୍ର ଜଣେ ବନ୍ଧୁବତ୍ସଳ,ପର ପୋକାର ତଥା ମିଷ୍ଟଦ୍ଭାଷୀ ଥିଲେ। । ସ୍ୱର୍ଗତ ପାତ୍ରଙ୍କ ମୃତ୍ୟୁରେ ମିଳିତ ନାଗରିକ କମିଟି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲେ। ମିଳିତ ନାଗରିକ କମିଟିର ସଦ୍ଭାପତି ଡ.ଅରୁପ ଜେନା,, ସମାଜସେବୀ ଅଶୋକ ପରୀଡ଼ା. ବିଜେପି ନେତା ଭଗବାନ ମହାନ୍ତି, କମଳାକାନ୍ତ୍ର ପାଣ୍ଡେ, ଲିଙ୍ଗରାଜ ଦଳବେହେରା , ବନମହାନ୍ତି, ଜିଲ୍ଲା ବିଜେପି ସଭାପତି ,କନ୍ଧମାଳ ପିପୁଲ ସ ଫରୋମର ଆବାହକ ସୁନୀଲ ପଟନାୟକ, ସଭାପତି ରାଧାମୋହନ ମହାପାତ୍ର, ସାମ୍ବାଦିକ ସନ୍ତୋଷ ଡିଗଲ , MD.ସାକିଲ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।

related posts

Leave a Comment