Home Breaking News / ତାଜା ଖବର ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ବନ୍ଦ ପାଳିତ

ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ବନ୍ଦ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ନୀତି ବିରୋଧରେ ବିଭିନ୍ନ ଶ୍ରମିକ ସଙ୍ଗଠନ ଓ କୃଷକ ସଙ୍ଗଠନ ପକ୍ଷରୁ ଆଜି (ଗୁରୁବାର) ଦେଶବ୍ୟାପୀ ବନ୍ଦ ଡାକରା ପ୍ରଭାବ। ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି।
ଫଳରେ ଆଜିଫୁଲବାଣୀ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଥିଲା।
I.N.T.U.C ପକ୍ଷରୁ ଘନ ଶବର ନେତୃତ୍ବରେ ଜିଲା ସଭାପତି ଘନ କୁମାର ଶବର ନେତୃତ୍ବରେ କର୍ମୀ ମାନେ ବାକି ବାଇକ ରାଲିରେ ସହର ପରିକ୍ରମା କରି ବିଭିନ୍ନ ଛକରେ ପିକେଟିଂ କରିଥିଲେ।

ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, ଟିକାବାଲି, ଦାରିଙ୍ଗବାଡ଼ି, ଜି ଉଦୟଗିରି ଆଦି ଅଞ୍ଚଳରେ ପ୍ରଭାବ ଦେଖିବାକୁ ମିଳିଥିଲା । ଏବଂ ସରକାରୀ କାର୍ଯ୍ୟଳୟ ଗୁଡିକ ଖୋଲା ଥିବା ଦେଖିବାକୁ ମିଳିଥିଲା ।

related posts

Leave a Comment