Home Breaking News / ତାଜା ଖବର ପାଗ ଓ ପରିବା
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଦିନକୁ ଦିନ ପରିବା ଦର ଆକାଶଛୁଆଁ ହେଲାଣି। ପାଗର ପ୍ରତିକୂଳ ଭିତରେ ଭାଙ୍ଗି ପଡିନାହାନ୍ତି ପରିବା ଚାଷୀ।ପରିବା ଚାଷ ଉପରେ ପ୍ରକୃତି ବାରଂବାର ଦାଉ ସାଜୁଥିବା ବେଳେ ଚାଷୀମାନଙ୍କର ମନୋବଳ ଭାଙ୍ଗିନାହିଁ। ପୁନର୍ବାର ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡ ରେ ମାରି ପରିବା ଚାଷ କରି କ୍ଷେତରେ ସୁନା ଫଳାଇ ପାରିଛନ୍ତି।କ୍ଷେତ୍ରରେ ଏବେ ପନିପରିବା ସବୁଜ ରଙ୍ଗ ରେ ଲହଡି ଭାଙ୍ଗୁଛି। ବିଶେଷ କରି ବାଇଗଣ , ଭେଣ୍ଡି, କୋବି, ସିମ୍ଭ, ବରଗୁଡି, କଖାରୁ, କଲରା, ମୂଳା, ଲଙ୍କା,ଧନିଆପତ୍ର, ସାଗ ଆଦି ପରିବା କ୍ଷେତରେ ନୂଆକରି ଏବେ ଫଳ ଫୁଲ ଧରି ଆସିଲାଣି। ଚାଷୀ ଲାକଡାଉନ ରେ ଯେଉଁ କ୍ଷତି ସହିଥିଲା ତାହାର କିଛିଟା ଦୁଃଖ ଏବେ ଲାଘବ ହେବାକୁ ଯାଉଛି।
ହେଲେ ଖାଲି ପ୍ରକୃତି ସାଥ ଦେଲେ ସବୁକିଛି ଏକ ପ୍ରକାର ଠିକ ହେବ ବୋଲି ଅନୁମାନ କରାଯାଉଛି। ଯେଉଁ ଧାର କରଜ କରି ପାରିବା ଚାଷ କରିଥିଲା ଏବେ କିଛିଟା ସୁଝିହେବ ବୋଲି ଚାଷୀ ଆଶାବାନ୍ଧିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବିଶ୍ୱନାଥପୁର, ଗନାପୁର,ପାଗା ଅଂଚଳରେ। ଚାଷୀମାନେ ପରିବା ଚାଷକରି ଦୀପାଇସା ଲାଭ କରିବାକୁ ଆଶା ବାନ୍ଧିଛନ୍ତି। କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ବିଶ୍ୱନାଥପୁର, ଗନାପୁର, ପାଗା ଅଂଚଳ ର ପରିବା ଚାଷ ର ଦୃଶ୍ୟ। ଯେଉଁଆଡ଼େ ଚାହିଁବେ ଦେଖିବେ ଭଳିକି ଭଳି ପରିବା ଲହଡି ମାରୁଛି। ଧାଡ଼ିକି ଧାଡି ପରିବା ଚାଷ ଦେଖିଲେ ଯେ କେହି ଖୁସି ହୋଇଯିବେ। ବାଇଗଣ, କୋଶିଳା ଶାଗ, ବନ୍ଧାକୋବି, ଫୁଲକୋବି, ବିନ, କଲରା, ବାରୁଗୁଡ଼ି, ମୂଳା, ଭେଣ୍ଡି, ଯାହା ଖଣିବେ ସବୁ ପ୍ରକାର ପନିପରିବା ଚାଷ ହୋଇଛି। ଚାଷୀମାନେ ଝାଳ ବୁହାଇ ଏହି ସବୁ ପରିବା ଚାଷ କରିଛନ୍ତି। ଏବେ ଫୁଲ ଫଳ ପରିବାରେ ଲାଗି ଆସିଲାଣି। ଆଉ ଦିନ କେଇଟା ପରେ ହାଟ ବଜାରରେ ବିକ୍ରି ଆରମ୍ଭ ହେବ। ଆଶା ବାନ୍ଧିଛନ୍ତି ପରିବା ଚାଷୀ ଯାହା କିଛି କ୍ଷତି ସହିଥିଲେ ତାହାର କିଛିଟା ହୁଏତ ଭରଣା ହେବ ଏହି ପରିବା ଚାଷ ରେ।

ଲକ ଡାଉନ ସମୟରେ ହୋଇଥିବା କ୍ଷତି ର କିଛିଟା ଭରଣା ହେବ ବୋଲି ପରିବା ଚାଷୀମାନେ ଆଶା ବାନ୍ଧିଛନ୍ତି। ହେଲେ ପାଗ ଯଦି ସାଥ ଦିଏ ତ ? ଧାର କରଜ କରିଥିବା ଋଣ ସୁଝିବା ସହ ପରିବାର ପ୍ରତିପୋଷଣ କରିବା ସମ୍ଭବ ହୋଇ ପାରିବ ଚାଷୀମାନଙ୍କର। ଆଗକୁ ଯଦି ପାଗ ଠିକ ରହେ ବେଶ ଭଲ ଦି’ପାଇସା ଲାଭ କରିବେ ବୋଲି ପରିବା ଚାଷୀ ଆଶା ରଖିଛନ୍ତି।

related posts

Leave a Comment