Home Breaking News / ତାଜା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ଓ ଆଇନ ଦିବସ ପାଳନ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ଓ ଆଇନ ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ଆଈନ ଦିବସ ଅବସରରେ ସ୍ଥାନୀୟ ଜିଲ୍ଲା ଆଈନଜୀବି ସମିଳନୀ କକ୍ଷ ପରିସରରେ କୋଭିଡ କଟକଣାକୁ ବଜାୟି ରଖୀ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ପ୍ରଥମେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା ସମସ୍ତଙ୍କୁ ସମ୍ଭିଧାନର ମୁଖବନ୍ଧ ପାଠ କରାଇଥିଲେ । ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ. ଅଶୋକ କୁମାର ପଣ୍ଡା ଯୋଗଦେଇ ଭାରତର ନାଗରିକଙ୍କ ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ରୂପେ ପରିବାର ବିଚାର ବିଭାଗୀୟ ଜର୍ଜ ଶ୍ରୀଯୁକ୍ତ ଶୋଭମ କୁମାର ଦାସ, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ପ୍ରଣୟ କୁମାର ଦାସ, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀଯୁକ୍ତ ରାଜ କିଶୋର ଜେନା, ଜିଲ୍ଲା ଆଈନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ. ପ୍ରିୟରଞ୍ଜନ ଓଝା, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନଜା ମହାନ୍ତି, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ସୁମନ୍ତ କୁମାର ପଟ୍ଟନାୟକ, ନବରଙ୍ଗପୁର ଆଈନଜୀବି ସଂଘରୁ ଶ୍ରୀଯୁକ୍ତ ଝାଡେଶ୍ଵର ଖାଡେଙ୍ଗା, ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀ, ମାନସ ତ୍ରିପାଠୀ ଓ ବହୁ ପ୍ରମୁଖ ଓକିଲ ମାନେ ଯୋଗ ଦେଇଥିଲେ । ଜିଲ୍ଲା ଆଈନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା ଶିବିର ପରିଚାଳନା କରିଥିବାବେଳେ ଆଈନଜୀବି ଶ୍ରୀଯୁକ୍ତ ସମରେଶ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

related posts

Leave a Comment