Home Breaking News / ତାଜା ଖବର ଜଗାକୁ ଛାଡି ଚାଲିଗଲା କାଳିଆ

ଜଗାକୁ ଛାଡି ଚାଲିଗଲା କାଳିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ ମହାନ୍ତି): ଯୋଡମୁଣ୍ଡ ଶିଶୁ ଜଗା-କାଳିଆ ୨୦୧୭ ଜୁଲାଇ ୧୪ରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ । ଜଗାକାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ ଅକ୍ଟୋବର ୨୦୧୭ରେ ଜଗା-କାଳିଆଙ୍କ ଅପରେସନ ହୋଇଥିଲା । ଦୀର୍ଘ ୨୦ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ ୧୨୫ ଜଣିଆ ଡାକ୍ତରୀ ଟିମ୍ । ୬ ସେପ୍ଟେମ୍ବର ୨୦୧୯ ରେ ଜଗା କାଳିଆକୁ ଦିଲ୍ଲୀ AIIMSରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୭ ସେପ୍ଟେମ୍ବର ୨୦୧୯ ରେ ଜଗାକାଳିଆ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତକାଲି ରାତି 9 ସମୟରେ କଟକ scbi ରେ କାଳିଆର ମୃତ୍ୟୁ ଘଟିଥିଲା ଏହି ଖବର ପ୍ରକାଶ ହେବାପରେ କନ୍ଧମାଳ ଜିଲ୍ଲା ତଥା ଫିରିଙ୍ଗିଆ ଜାଗା କାଳିଆ ମେଲୁପଡ଼l ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ଆଜି ଭୋର୍ 5 ସମୟରେ ନିଜ ଭିଟାମାଟି ରେ ପହଞ୍ଚିଛି କାଳିଆର ମୃତ ଦେହ l ଏହାକୁ ନେଇ ନିଜ ଗ୍ରାମରେ ସମସ୍ତେ ମର୍ମାହତ ହୋଇଛନ୍ତି l ରାଜ୍ୟ ସରକାର ଙ୍କ ର ସହଯୋଗ ଓ ଡାକ୍ତର ଙ୍କ ଚେଷ୍ଟା ପରେ ମଧ୍ୟ କାଳିଆ କୁ ବଞ୍ଚେଇ ପରିନଥିଲେ l ଆଓ କିଛିସମୟ ପରେ କାଳିଆର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯିବ l

related posts

Leave a Comment